ବଣାଇ : ବଣାଇ ରେ ତିନିଦିନିଆ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ।। ଲାଗିଛି ୨୫ଟି ଷ୍ଟଲ୍।

0 308

ବଣାଇ : ୨୮/୧୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଠାରେ ବୁଧବାର ଦିନ ରାଜ୍ୟ କୃଷି ବିଭାଗ ଆନୁକୂଲ୍ଯରେ ତିନି ଦିନିଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି l ବଣାଇଁ ବହୁମୁଖି ଖେଳ ପଡିଆ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ କୃଷକ ଙ୍କୁ କୃଷି ର ଆଧୁନିକୀକରଣ ପ୍ରଣାଳୀ ସମ୍ପର୍କରେ ସଚେତନତା କରାଯାଉଛି। ଏହା ସହ ସରକାରଙ୍କ ପ୍ରୋତ୍ସାହନରେ କୃଷି ଯନ୍ତ୍ରପାତି କ୍ରୟ କ୍ଷେତ୍ର ରେ ସବସିଡି ନେଇ ମଧ୍ଯ ଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ଯ ସଚେତନତା କରାଯାଉଛି। ଉଦଘାଟନୀ ମେଳା ରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା, ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମୁହ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସୁନ୍ଦରଗଡ଼ ସାଂସଦ ପ୍ରତିନିଧି ମନୋଜ ପ୍ରଧାନ, ବଣାଇଁ ବିଧାୟକ ପ୍ରତିନିଧି ଅନିରୁଦ୍ଧ ତ୍ରିପାଠୀ ଙ୍କ ସମେତ ଜିଲ୍ଲା କୃଷି ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l ଏହି ମେଳା ତିନିଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ୨୫ଟି କୃଷି ଯନ୍ତ୍ରପାତି ଷ୍ଟଲ୍ ଲଗା ଯାଇଛି l ଇଛୁକ କୃଷକ ମାନେ ଆବଶ୍ୟକ ସ୍ଥଳେ ଏହିଠାରେ ନାମ ପଞ୍ଜୀକୃତ କରି ଆବଶ୍ୟକୀୟ ସୁବିଧା ପାଇବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ମେଳା ରେ ସୋଲାର ଚଳିତ ପମ୍ପ ଦେଖିବାକୁ ଚାଷୀ ଙ୍କ ବେଶ ଭିଡ଼ ଲାଗିଥିଲା

Leave A Reply

Your email address will not be published.