ସୁନ୍ଦରଗଡ : କଳା ବାଘ ପରେ ସୁନ୍ଦରଗଡ ଜିଲ୍ଲାରେ ମହାବଳ ବାଘ ଠାଵ।। ବଣାଇ ବନଖଣ୍ଡ ତୋଡା ରିଜର୍ଭ ଫରେଷ୍ଟରେ ବୁଲୁଛି ଏହି ବାଘ।
ସୁନ୍ଦରଗଡ : ୧୮/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଗର୍ଜନ ପାହାଡରେ କଳା ବାଘ ଠାବ ହେବା ପରେ ଏବେ ଜିଲ୍ଲାରେ ରୟାଲ ବେଙ୍ଗଲ ଟାଇଗର ଠାଵ ହୋଇଛି। ଏହି ମହାବଳ ବାଘ ଜିଲ୍ଲାର ବଣାଇ ବନଖଣ୍ଡ ଅଞ୍ଚଳରେ ବୁଲୁଥିବାର ଜଣା ପଡ଼ିଛି। ବରସୁଆଁ ରେଞ୍ଜ ତୋଡ଼ା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏହି ମହାବଳ ବାଘ ଜଙ୍ଗଲ ରେ ଲଗା ଯାଇ ଥିବା ଟ୍ରାପ କ୍ୟାମେରା ରେ ଟ୍ରାକ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଏହି ବାଘଟି ମଧ୍ୟ ପ୍ରଦେଶ ଟାଇଗର ଜୋନ ରୁ ଆସି ଥିବା ଜଣା ପଡିଛି। ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ରେ ବଣାଇ ଡିଫଓ ଲଳିତ କୁମାର ପାତ୍ର ଏହି ସୂଚନା ଦେଇଛନ୍ତି