ମୟୂରଭଞ୍ଜ : ଶିମିଳିପାଳରେ ପୁଣି ୩ କୋଟି ଟଙ୍କା ମୂଲ୍ୟର ଅଫିମ ଗଛ ପୋଡି ନଷ୍ଟ କଲେ ପୋଲିସ।। ପୂର୍ବରୁ ୧୦ କୋଟିର ଅଫିମ ଗଛ ନଷ୍ଟ କରା ଯାଇଥିଲା।
ମୟୁରଭଞ୍ଜ: ୧୭/୩ (ସତ୍ୟାନ୍ୟୁଜ) ପୁଣି ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ ସଫଳତା। ଏସ୍ ପି ନିର୍ଦ୍ଦେଶ କ୍ରମେ ହୋଇଛି ବଡ ଧରଣର ଚଢ଼ାଉ । ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୋଲିସ୍। ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ ହୋଇଛି ଶିମିଳିପାଳ ଵନାଞ୍ଚଳର ଜୋଜଗୋଡା ଗ୍ରାମ ଇଲାକାର ୪ ଏକର ଜମି ରେ ଚାଷ ହୋଇଥିଵା ୧ ଲକ୍ଷ ୮ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଛି। ସେହିପରି ଫୁଲବାଡି ଗ୍ରାମ ଅଞ୍ଚଳରେ ୧ ଏକର ୭୪ ଡିସିମିଲ ଜାଗାରେ ଚାଷ ହୋଇ ଥିବା ୪୬ ହଜାର ୯୮୦ ଅଫିମ ଗଛ କୁ ପୋଡ଼ି ନଷ୍ଟ କରାଯାଇଛି । ଏହି ଅଫିମ ଗଛର ଆନୁମାନିକ ମୂଲ୍ୟ ୩ କୋଟି ୧୦ ଲକ୍ଷ ହେବ ବୋଲି କୁହାଯାଉଛି।
ଗତ ମାର୍ଚ୍ଚ ୧୦ ତାରିଖ ଦିନ ବକୁଆ ଏଵଂ କୁକୁରଭୁକା ଗାଆଁରେ ଚାଷ ହୋଇଥିବା ୫ ଲକ୍ଷ ୨୫ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିଲା ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ରହିଥିଲା । ଏହିପରି ଗତ ଫେବୃଆରୀ ୨୪ ତାରିଖ ମଧ୍ୟ ଶିମିଳିପାଳ ବନାଞ୍ଚଳ ଧଳାଵଣି ଓ ବୃନ୍ଦେଇପଶି ଗ୍ରାମ ଇଲାକାରେ ଚଢ଼ାଉ କରି ୧୩ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିଲା । ଯାହାର କି ମୂଲ୍ୟ ୨୬ ଲକ୍ଷ ରହିଥିଲା | ତେବେ ଶିମିଳିପାଳର କର ଏରିଆ ରେ କୋଟିକୋଟି ଟଙ୍କାର ଅଫିମ ଚାଷ ହୋଉଥିଲେ ସୁଦ୍ଧା ବନବିଭାଗ ଏବଂ ଅବକାରୀ ବିଭାଗ କେମିତି ଏହାର ଟେର ପାଉନଥିଲା ବୋଲି ଏବେ ବିଭିନ୍ନ ମହଲରୁ ଉଠିଛି ପ୍ରଶ୍ନ।
ମୟୁରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡା ଙ୍କ ରିପୋର୍ଟ