ରାଉରକେଲା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।। ୩ ଗିରଫ।। ଅଟୋ , ବାଇକ ସହ ଖାଲି ବୋତଲ , ଠିପି ଜବତ।

0 419

ରାଉରକେଲା : ୧୭/୩ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି। ଏହି ତିନିଜଣ ମାଲଗୋଦାମ ଅଞ୍ଚଳରେ ରହନ୍ତି। ଏକ ଅଟୋ ଏବଂ ବାଇକରେ ମଦ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ୨ ନମ୍ବର ସେକ୍ଟର ଅଞ୍ଚଳରେ ଚଢ଼ାଉ କରାଯାଇ ଥିଲା। ଚଢ଼ାଉରେ ‘ନାଇଟ୍ ଗାର୍ଲ’ ବ୍ରାଣ୍ଡର ୯୬ ବୋତଲ ନକଲି ବିଦେଶୀ ମଦ ଜବତ କରା ଯାଇଥିଲା। ଏହା ସହ ଖାଲି ବୋତଲ , ଠିପି ଆଦି।ମଧ୍ୟ ଜବତ କରାଯାଇଛି। ମଦ ଚାଲାଣ ହେଉଥିବା ଅଟୋ ଏବଂ ବାଇକକୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.