ସୁନ୍ଦରଗଡ : କାର ଧକ୍କାରେ ବାଇକ ଅରୋହୀଙ୍କ ମୃତ୍ୟୁ।। କାର ଜାଳି ଦେଲେ ଉତ୍ୟକ୍ତ ଲୋକେ।। ପୋଲିସ , ଫାୟାର ଟିମ୍ ଘଟଣା ସ୍ଥଳରେ ପହଁଚିଲେ।
ସୁନ୍ଦରଗଡ଼ : ୧୭/୩ (ସତ୍ୟାନ୍ୟୁଜ) ବାଇକ ରେ ରାସ୍ତା ପାରି ହେଉଥିବା ଏକ ଦ୍ରୁତଗାମୀ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଯୁବକ ଜଣକ ବାଇକରେ ଯାଉଥିବା ବେଳେ କାର ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକମାନେ କାରରେ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ଏବଂ ଫାୟାର ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟ ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସୱେରେ ଘଟିଛି ଏହି ଦୁର୍ଘଟଣା। ମୃତ ଯୁବକ ସ୍ଥାନୀୟ ମୁଣ୍ଡାପଡ଼ା ଅଞ୍ଚଳର ଗୁରୁ ମୁଣ୍ଡା ବୋଲି ଜଣା ପଡିଛି। ଏହି ଘଟଣା ପରେ ଉତ୍ତେଜନାଦେଖାଦେଇଛି।