ବଣାଇ : ଗାଁକୁ ଯାତାୟାତ ପାଇଁ ରାସ୍ତା ନାହିଁ ।। ନାଳ ପାର ହେବାକୁ ପୋଲ ନାହିଁ।। ଭୋଟ ବର୍ଜନ ଚେତାଵନୀ ଦେଲେ ଗ୍ରାମବାସୀ।

0 352

ବଣାଇ : ୧୫/୩ (ସତ୍ୟାନ୍ୟୁଜ) ଗାଁକୁ ନା ଅଛି ରାସ୍ତା , ନା ପୋଲ। ଲୋକମାନେ ଯିବା ଆସିବା କରିବା ଦୁର୍ବିସହ ହୋଇ ପଡିଛି। ରାସ୍ତା ଏବଂ ନାଳ ପାର ହେବା ପାଇଁ ପୋଲ କରିବାକୁ ବାରମ୍ବାର ପ୍ରଶାସନଙ୍କୁ ନିବେଦନ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ଏବେବି ଗ୍ରାମବାସୀ ନାଳ ପାରି ହେଉଛନ୍ତି କାଠ ଗଡ଼ ସାହାଯ୍ୟରେ। ବଡ଼ ବିପଜ୍ଜନକ ଭାବେ ନାଳ ପାର ହେଉଛନ୍ତି ଲୋକେ। ଶୀଘ୍ର ରାସ୍ତା ଏବଂ ପୋଲ ନିର୍ମାଣ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏହି ଅବସ୍ଥା ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସୋଲ୍ ପଞ୍ଚାୟତ ଅଧୀନରେ ଦେଖିବାକୁ ମିଳିଛି। ଜଲଜଲୀ ଗ୍ରାମର ଲୋକମାନେ ବାରମ୍ବାର ବିଡ଼ିଓ ଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ଗ୍ରୀଭାନ୍ସ ସେଲ୍ ରେ ଆପତ୍ତି କରି ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗାଁ ସୁନ୍ଦରଗଡ ସୀମାନ୍ତରେ ଅଛି। ଏଣୁ ରାସ୍ତା ଏବଂ ପୋଲ କିପରି ହେବ ଏ ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୁହାଯାଇଛି ବୋଲି ବିଡ଼ିଓ କହିଛନ୍ତି।

Leave A Reply

Your email address will not be published.