ସୁନ୍ଦରଗଡ : ୧୦ ନମ୍ବର ରାଜ୍ୟ ରାଜପଥରେ ଗୁଳି ମାଡରେ ଦୁଇ ଯୁବକ ଗୁରୁତର।। ୪-୫ ଜଣ ମୁଖା ପିନ୍ଧା ଦ୍ରୁବୃତ୍ତ ଗୁଳି ମାଡ଼ କରିଛନ୍ତି।। ପୋଲିସ ତଦନ୍ତ ଜାରି।
ସୁନ୍ଦରଗଡ଼ : ୧୫/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସୱେରେ ଘଟିଛି ଗୁଳିକାଣ୍ଡ। ଗୁଳି ମାଡରେ ଦୁଇଜଣ ଯୁବକ ଗୁରତର ଆହତ ହୋଇ ସୁନ୍ଦରଗଡ଼ ଡାକ୍ତରଖାନାରେ ଚିକିଶ୍ଚିତ ଅଛନ୍ତି। ବଡ଼ଗାଁ-କୁତ୍ରା ମଧ୍ୟରେ ସ୍କାନ ଷ୍ଟିଲ ନିକଟରେ ଶୁକ୍ରବାର ସକାଳେ
ଘଟିଛି ଏହି ଗୁଳିମାଡ଼ ଘଟଣା। ।
ଆହତ ଦୁଇ ଯୁବକ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳ ର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର ବୋଲି ଜଣା ପଡ଼ିଛି। ଆଜି ସକାଳେ ଏକ ପିକଅପ ଭ୍ୟାନରେ ଯୁବକ ରାଉରକେଲା ଆସୁଥିବା ବେଳେ ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଉଭୟଙ୍କୁ ଆତର୍କିତ ଗୁଳି ମାଡ କରିଥିଲେ।
ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ବେକ ରେ ବାଜିଛି ଗୁଳି। ଖବର ପାଇ ଆହତ ଯୁବକଙ୍କ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। କେଉଁ କାରଣରୁ ଗୁଳିମାଡ଼ ହୋଇଛି ତା ଜଣା ପଡି ନଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି।