ରାଉରକେଲା : ନିହାର ରଞ୍ଜନ ଓରଫ ଟୁଟୁ ଆଚାର୍ଯ୍ୟ ହତ୍ୟା ଘଟଣାରେ ଦୁଇ ଯୁବକ ଗିରଫ।। ହତ୍ୟା କାରଣ ସମ୍ପର୍କରେ ତଦନ୍ତ ଚାଲିଛି।
ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ରାଉରକେଲା ୨୦ ନମ୍ବର ସେକ୍ଟର ହିଲଟପ୍ ମାର୍କେଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ନିହାର ରଞ୍ଜନ ଓରଫ ଟୁଟୁ ଆଚାର୍ଯ୍ୟ ହତ୍ୟା ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କେବଲ ସିଂ ଏବଂ ଅଶୋକ ପ୍ରସାଦଙ୍କୁ ପୋଲିସ ପଚରା ଉଚୁରା କରୁଛି। ତେବେ ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ବ୍ୟବସାୟିକ କାରଣରୁ ହୋଇଥିବା ଅନୁମାନ କରାଯାଉଛି। ହତ୍ୟାରେ ବ୍ୟବହୃତ ଭୁଜାଲି ଏପର୍ଯ୍ୟନ୍ତ ପୋଲିସ ପାଇନାହିଁ।
ସୂଚନାଯୋଗ୍ୟଯେ ଶୁକ୍ରବାର ସନ୍ଧ୍ୟାରେ ଭୁଜାଲି ଆକ୍ରମଣରେ ବରଟୋଲି ଅଞ୍ଚଳର ଜଣେ ୪୨ ବର୍ଷୀୟ ଯୁବକ ନିହାର ରଞ୍ଜନ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା। ନିହାର ପୁରୁଣା ଗାଡି କିଣା ବିକା ବ୍ୟବସାୟ କରୁଥିଲେ। ତେବେ ଭୁଜାଲି ମାରି ହତ୍ୟା କରିଥିବା ଯୁବକ ଦ୍ୱୟଙ୍କୁ ପୋଲିସ ଥାନା ରେ ଅଟକ ରଖି ପଚରା ଉଚୁରା କରୁଛି। ଗତ କାଲି ସନ୍ଧ୍ୟାରେ କୌଣସି କଥା କୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ କେବଲ ସିଂ ନିହାରଙ୍କ ଶରୀର ବିଭିନ୍ନ ସ୍ଥାନରେ ଭୁଜାଲି ମାଡ କରିଥିଲା। ଗୁରୁତର ଆହତ ନିହାରଙ୍କୁ ତୁରନ୍ତ ଇସ୍ପାତ ଜେନେରାଲ ହସପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଦନ୍ତ ପରେ ହତ୍ୟାର କାରଣ ଜଣା ପଡିବ ଜୋନାଲ ଡ଼ିଏସପି ପୁଷ୍ପାଲତା ନିଞ୍ଜି କହିଛନ୍ତି।