ରାଉରକେଲା : ଓଡିଶା-ଝାରଖଣ୍ଡ ସୀମାନ୍ତ କେନ୍ଦପୋଷି ଷ୍ଟେସନ ନିକଟ ଟ୍ରାକ୍ ରୁ ମିଳିଛି ୪ଟି ଶବ।। ହତ୍ୟା ସନ୍ଦେହ।

0 568

ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ଠାରୁ ମାତ୍ର ୨୫ କିଲୋମିଟର ଦୂର ଓଡିଶା – ଝାରଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର କେନ୍ଦପୋଷି ରେଳ ଷ୍ଟେସନ ନିକଟ ଟ୍ରାକ୍ ରୁ ମିଳିଛି ୪ଟି ଖଣ୍ଡ ବିଖଣ୍ଡିତ ଶବ। ଚକ୍ରଧରପୁର ରେଳ ଡିଭିଜନ ଅଧୀନରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଥିବା ବେଳେ ଆଉ ୨ ଜଣ ଶିଶୁ ଅଛନ୍ତି । ଝାରଖଣ୍ଡର ହାଟଗହ୍ମାରିଆ ଥାନା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା। ଡୁଙ୍ଗରାପୋଷ ରେଳବାଇ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଦୁଇଟି ଅଖା ବୋରାରେ ବନ୍ଧା ହୋଇ ଶବ ଟ୍ରାକ୍ ରେ ପଡିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି।
ଗୋଟିଏ ଅଖାରେ ଶିଶୁ ପୁତ୍ରଟି ସହ ପୁରୁଷଙ୍କ ମୃତଦେହ ସିଲ୍‌ ହୋଇଥିବା ବେଳେ ଅନ୍ୟ ଏକ ଅଖାରେ ଶିଶୁ କନ୍ୟା ସହ ମହିଳାଙ୍କ ମୃତଦେହ ସିଲ୍‌ ହୋଇଥିଲା। ସେମାନଙ୍କ ପରିଚୟ ମିଳି ପାରିନି। ମହିଳାଙ୍କ ହାତ ଓ ଗୋଡ଼ ବନ୍ଧା ଯାଇଥିବା ବେଳେ ତାଙ୍କ ଶରୀର ଦୁଇ ଖଣ୍ଡ ହୋଇ ଯାଇଛି।
ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। କେହି ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଏପରି କରିଥିବା ପୁଲିସ୍‌ ଅନୁମାନ କରାଯାଉଛି। ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ଉକ୍ତ ଟ୍ରାକରେ ଟ୍ରେନ ଚଳାଚଳ ବନ୍ଦ ରଖ ଯାଇଥିଲା।

ରେଳବାଇ ପୁଲିସ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଫୋରେନସିକ୍ ଟିମ୍ ଡକାଯାଇଛି। ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ସେମାନେ ଏକ ପରିବାରର ସଦସ୍ୟ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.