ରାଉରକେଲା : ରାସ୍ତା କଡରେ ସମ୍ପନ୍ନ ହେଲା ବିବାହ।। ବର ବିଜେପି , କନିଆଁ ବିଜେଡି।। ବିବାହ କରାଇଲା କଂଗ୍ରେସ।

0 706

ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ରାସ୍ତା ଉପରେ ଚାଲିଛି ବାହାଘର। ବର କନିଆଁ ନୋଳ ମୁକୁଟ ପିନ୍ଧି ବସିଛନ୍ତି ରାସ୍ତା କଡରେ। ହୋମ ଆଦି ଚାଲିବା ସହ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ବ୍ରାହ୍ମଣ। ମଝି ମଝିରେ ହୁଳହୁଳି ମଧ୍ୟ ପଡୁଛି। ପାଖରେ ଛିଡା ହୋଇଛନ୍ତି ବରପକ୍ଷ ଏବଂ କନ୍ୟା ପକ୍ଷ। ରାସ୍ତା କଡରେ ଚାଲୁଥିବା ଏହି ବିବାହକୁ ଦେଖିବାକୁ ଲୋକ ମାନେ ରହି ଯାଉ ଥାଆନ୍ତି। ଏପରି ଦୃଶ୍ୟ ଶନିବାର ଦିନ ଦେଖିବାକୁ ମିଳିଥିଲା ରାଉରକେଲା ଉଦିତନଗର ଆମ୍ବେଦକର ଛକ ନିକଟରେ। ଏହା କୌଣସି ପାରମ୍ପରିକ ବାହାଘର ନୁହେଁ। ଏହା ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳର ବିବାହ ଉତ୍ସବ। ବିଜେପି- ବିଜେଡି ମଧ୍ୟରେ ଚାଲିଥିବା ଅଘୋଷିତ ମେଣ୍ଟ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏହି ଦୁଇ ଦଳ ଲଭ୍ ଇନ୍ ରିଲେସନଶିପ ରହୁଛନ୍ତି। ନୈତିକତା ଏବଂ ସାମାଜିକ ମୂଲ୍ୟବୋଧ ଦୃଷ୍ଟିରୁ ଏହି ଦୁଇ ଦଳ ବିଜେପି ଏବଂ ବିଜେଡିର ବିବାହ କରାଇଛି ରାଉରକେଲା କଂଗ୍ରେସ ଦଳ। ଏହା ଦ୍ୱାରା ସାମାଜିକ ମୂଲ୍ୟ ବୋଧ ବଜାୟ ରହିବ ବୋଲି କଂଗ୍ରେସ ନେତା ମାନେ କହିଛନ୍ତି।

Leave A Reply

Your email address will not be published.