ରାଉରକେଲା : ଓଡିଶା ଝାରଖଣ୍ଡ ସୀମାନ୍ତ ଗୋଏଲକେରା ଅଞ୍ଚଳରେ ଆଇ ଡି ବିସ୍ପୋରଣରେ ଜଣେ ମହିଳା ମୃତ।। ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷା ବାହିନୀ।
ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ଓଡିଶା ଝାରଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଏଲକେରା ଅଞ୍ଚଳରେ ନକ୍ସଲଙ୍କ ଆଇ ଡି ବିସ୍ପୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ମହିଳାଙ୍କ ନାମ ରାନଦାୟ ପୂର୍ତ୍ତି (୫୨)। ନକ୍ସଲ ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସୁରକ୍ଷା ବାହିନୀ ଏବଂ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି। ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ୍ସ ଏବଂ ବୋମା ବିଛାଇଛନ୍ତି। ମୃତକ ମହିଳା ଜଣଙ୍କ ଜଙ୍ଗଲରୁ କାଠ ନେଇ ଘରକୁ ଫେରୁଥିବା ବେଳେ ନକ୍ସଲଙ୍କ ଦ୍ଵାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ୍ସ ଉପରେ ତାଙ୍କର ଗୋଡ଼ ପଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟ ପକ୍ଷରେ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଏଲକେରା ଅଞ୍ଚଳରେ ଏକ ଅସ୍ଥାୟୀ ମାଓ କ୍ୟାମ୍ପକୁ ସୁରକ୍ଷା ବାହିନୀ ଧ୍ଵଂସ କରିବା ସହ ବହୁ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି।ଏହା ସହ ମାଓବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ପାଇଁ ରଖା ଯାଇଥିବା ଅନେକ ସାମଗ୍ରୀ ଜବତ କରିଛନ୍ତି। ଚାଇବାସା ପୋଲିସ , କୋବ୍ରା ବାଟାଲିୟନ , ଝାରଖଣ୍ଡ ଜାଗୁଆର ଏବଂ ସିଆରପିଏଫ ବାଟାଲିୟନ ଦ୍ୱରା ଚାଲିଥିବା କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ କୁ ଠାବ କରାଯାଇଥିଲା।