ରାଉରକେଲା : ୨୦ ନମ୍ବର ସେକ୍ଟରରେ ଭୁଜାଲି ମାଡରେ ଜଣେ ଯୁବକଙ୍କ ମୃତ୍ୟୁ।। ଅଭିଯୁକ୍ତ ଅଟକ।। ବ୍ୟବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ସୂଚନା।

0 2,157

ରାଉରକେଲା : ୧୬/୨ (ସତ୍ୟାନ୍ୟୁଜ) ରାଉରକେଲା ୨୦ ନମ୍ବର ସେକ୍ଟର ହିଲଟପ୍ ମାର୍କେଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି। ଜଣେ ଯୁବକଙ୍କ ଭୁଜାଲି ମାଡରେ ବରଟୋଲି ଅଞ୍ଚଳର ଜଣେ ୪୨ ବର୍ଷୀୟ ଯୁବକ ନିହାର ରଞ୍ଜନ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଛି। ନିହାର ପୁରୁଣା ଗାଡି କିଣା ବିକା ବ୍ୟବସାୟ କରୁଥିବା ସୂଚନା ମିଳିଛି। ଭୁଜାଲି ମାରି ଥିବା ଯୁବକଙ୍କୁ ପୋଲିସ ଥାନା ରେ ଅଟକ ରଖି ପଚରା ଉଚୁରା କରୁଛି। ବ୍ୟବସାୟିକ ଶତ୍ରୁତା ରୁ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ କୌଣସି କଥା କୁ କେନ୍ଦ୍ର କରି ଉଭୟ ଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ନିହାର ଙ୍କୁ ଭୁଜାଲି ମାଡ କରିଥିଲା। ଗୁରୁତର ଆହତ ନିହାରଙ୍କୁ ତୁରନ୍ତ ଇସ୍ପାତ ଜେନେରାଲ ହସପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.