ରାଉରକେଲା : ବିଭିନ୍ନ ଦାବି ନେଇ ଆଶାକର୍ମୀଙ୍କ ଏଡିଏମ୍ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ।

0 359

ରାଉରକେଲା : ୧୬/୨ ( ସତ୍ୟାନ୍ୟୁଜ) ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗ୍ରାମାଞ୍ଚଳ ଠାରୁ ନେଇ ଡାକ୍ତରଖାନା ପର୍ଯ୍ୟନ୍ତ ଅଶାକର୍ମୀ ମାନେ ରୋଗୀ ସେବାରେ ନିଜକୁ ନିୟୋଜିତ କରିଥାନ୍ତି। କିନ୍ତୁ ସେମାନଙ୍କୁ ନା କୌଣସି ସମ୍ମାନ ମିଳୁଛି ନା ଘର ଚଳାଇବାକୁ ଅର୍ଥ। ଏପରି ଅଭିଯୋଗ କରି ଶୁକ୍ରବାର ଦିନ ଅଶାକର୍ମୀ ମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ କାମ କରୁଥିଲେ ମଧ୍ୟ ସେମାନଙ୍କୁ ମାସିକ ୪ ହଜାର ୭ଶହ ଟଙ୍କା ପ୍ରତ୍ସାହନ ରାଶି ମିଳୁଛି। କୋଭିଡ ସମୟରେ ଅଶାକର୍ମୀ ମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ରୋଗୀ ସେବା କରିଥିଲେ। ବାରମ୍ବାର ପ୍ରତିଶ୍ରୁତି ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତିରେ ସାମିଲ କରାଯାଉ ନାହିଁ। ସେମାନଙ୍କ ସେବାକୁ ସରକାରୀ ଚାକିରୀର ମାନ୍ୟତା , ସର୍ବନିମ୍ନ ମାସିକ ଦରମା ୨୬ ହଜାର ଟଙ୍କା ଦେବାକୁ ଦାବି କରାଯାଇଛି। ଏହା ସହ ଅନ୍ୟ କେତେକ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପଠା ଯାଇଛି।

Leave A Reply

Your email address will not be published.