ସୁନ୍ଦରଗଡ : ଜି ଏସ୍ ଟି ଫାଙ୍କି ଅଭିଯୋଗରେ ଉଜ୍ଜ୍ୱଳପୁରରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ।। ଝାରସୁଗୁଡା ଟିମ୍ ପକ୍ଷରୁ ଚଢ଼ାଉ।
ସୁନ୍ଦରଗଡ଼ : ୧୬/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଉଜ୍ବଳପୁର ଠାରେ ଏକ ବଡ ଧରଣର ଜି ଏସ୍ ଟି ଚଢାଉ ଚାଲିଛି। ସୀତା ଟ୍ରେଡ଼ର୍ସ ନାମକ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହି ଚଢ଼ାଉ ଝାରସୁଗୁଡା ଜି ଏସ୍ ଟି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ କରାଯାଇଛି। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ହେଉଛି। ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନର ତିନୋଟି ଗୋଦାମ, ଦୁଇଟି ଦୋକାନ ଏବଂ ବାସଭବନରେ ଚଢ଼ାଉ ଜାରି ରହିଛି ବାଣିଜ୍ୟକର ବିଭାଗ ର ୬ଟି ଟିମ୍ ରେଡ୍ ରେ ସାମିଲ ଅଛନ୍ତି। ଝାରସୁଗୁଡ଼ା ବାଣିଜ୍ୟକର ପ୍ରବର୍ତ୍ତନ ବିଭାଗର ଉପ ଆୟୁକ୍ତ ସତୀଶ ଜାଲ ଙ୍କ ନେତୃତ୍ବ ରେ ଚଢାଉ ଜାରି ରହିଛି । ସୀତା ତ୍ରେଡର ଏବଂ କମର୍ସ ର ଲୁହା ଛଡ, ସିମେଣ୍ଟ, ସିନ୍ଥେଟିକ ରଙ୍ଗ, ଟାଇଲ ଓ ମାର୍ବଲ ଆଦି ଘର ନିର୍ମାଣ ସାମଗ୍ରୀ ର ବ୍ୟବସାୟ ରହିଛି। ଏହି ବ୍ୟବସାୟ ରେ ଜି ଏସ୍ ଟି ଫାଙ୍କି ଅଭିଯୋଗ ହେବା ପରେ ଏହି ରେଡ୍ କରାଯାଇଛି । ୧୫ ଜଣ ଅଧିକାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି।