ରାଉରକେଲା : ଭାରତ ବନ୍ଦ ଡାକରାରେ ରାଉରକେଲାରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ।। ବସ ଚଳାଚଳ , ପେଟ୍ରୋଲ ପମ୍ପ ଆଦି ବନ୍ଦ।
ରାଉରକେଲା : ୧୬/୨ (ସତ୍ୟାନ୍ୟୁଜ) ଫସଲର ସର୍ବନିମ୍ନ ଗ୍ୟାରେଣ୍ଟି ଆଇନ ଓ ଅନ୍ୟ ୨୧ ଦଫା ଦାବିରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରାର ପ୍ରଭାବ ରାଉରକେଲାରେ ମଧ୍ୟ ପଡିଛି। ସକାଳେ ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମିଳିତ ଶ୍ରମିକ ସଙ୍ଗଠନ ନେତା ବିଷ୍ଣୁ ମହାନ୍ତି , ବିମାନ ମାଇତି , ରାଜ କିଶୋର ପ୍ରଧାନ , ସତ୍ୟପ୍ରିୟ ମହାନ୍ତି ସମେତ ବହୁ କର୍ମକର୍ତ୍ତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ପରେ ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ବନ୍ଦ ଡାକରାର ପ୍ରଭାଵରେ ଦୋକାନ ବଜ଼ାର ବନ୍ଦ ରହିବା ସହ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।