ରାଉରକେଲା : ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୨ ଗିରଫ।। ଅନ୍ୟ ଦୁଇ ଜଣଙ୍କୁ ବାଳ ସୁଧାର ଗୃହ ପଠାଗଲା।

0 715

ରାଉରକେଲା : ୧୫/୨ (ସତ୍ୟାନ୍ୟୁଜ) ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଗଣ ଦୁଷ୍କର୍ମ ଘଟଣା ସମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ବିଶ୍ରା ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ବାଳ ସୁଧାର ଗୃହ ପଠାଯାଇଛି। ଘଟଣା ଘଟିଥିଲା ଗତ ୯ ତାରିଖ ଦିନ। ରାଜଗାଙ୍ଗପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଇଂଷ୍ଟାଗ୍ରାମ ମାଧ୍ୟମରେ ବିଶ୍ରା ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୯ ତାରିଖ ଦିନ ଉକ୍ତ ଯୁବକ ଯୁବତୀଙ୍କୁ ବିଶ୍ରା ଅଞ୍ଚଳକୁ ଡକାଇଥିଲେ। ଯୁବତୀ ଜଣଙ୍କ ବସ ରେ ଆସି ପହଞ୍ଚିବା ପରେ ଯୁବକ ତାଙ୍କୁ ବାଇକରେ ଏକ ନିକାଞ୍ଚନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଯୁବକ ତାଙ୍କର ଆଉ ତିନିଜଣ ସାଙ୍ଗକୁ ଡାକିଥିଲେ। ୩ ଯୁବକ ଯୁବତୀଙ୍କ ସହ ମାଡ଼ପିଟ୍ କରି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ପରେ ଆଣି ବାଇକରେ ଅନ୍ୟ ଏକ ସ୍ଥାନରେ ଛାଡି ଦେଇଥିଲେ। ପରେ ଯୁବତୀ ଜଣଙ୍କ ତାଙ୍କ ମାମୁଁଙ୍କୁ ଏ ବାବଦରେ ଜଣାଇବା ପରେ ବିଶ୍ରା ଥାନାରେ ଏତେଲା ଦିଆଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଛି।

Leave A Reply

Your email address will not be published.