ରାଉରକେଲା : ବନ୍ଧମୁଣ୍ଡା ଅଞ୍ଚଳର ଅମର ତନ୍ତି ହତ୍ୟା ଘଟଣାରେ ଜଣେ ଗିରଫ।। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା।

0 559

ରାଉରକେଲା : ୧୪/୨ (ସତ୍ୟାନ୍ୟୁଜ) ବନ୍ଧମୁଣ୍ଡା ‘ଏ’ ସେକ୍ଟରରେ ଗତ ସୋମବାର ବିଳମ୍ବିତ ରାତିରେ ଘଟି ଥିବା ଏକ ହତ୍ୟାକାଣ୍ଡ ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ ଲୁହା ରଡ଼ ମଧ୍ୟ ପୋଲିସ ଜବତ କରିଛି। ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣା ପଡ଼ିଛି। ଏକ ପରିତ୍ୟକ୍ତ କ୍ୱାର୍ଟରରେ ଗତ ସୋମବାର ରାତିରେ ଘଟିଛି ଏହି ହତ୍ୟାକାଣ୍ଡ।
ଅମର ତନ୍ତି ନାମକ ଜଣେ ଯୁବକ ଏହି ପରିତ୍ୟକ୍ତ କ୍ୱାର୍ଟରରେ ରହୁଥିଲେ। ରାତିରେ ଶୋଇଥିବା ବେଳେ ସୁରଜ ଦାସ ନାମକ ଜଣେ ଯୁବକ ତାଙ୍କୁ ରଡ଼ରେ ପିଟି ପିଟି ହତ୍ୟା କରିଥଲା। ଗତ ବର୍ଷ ଜାନୁଆରୀ ମାସରେ ସୁରଜଙ୍କ ଭାଇ ଦୋକାନରେ ଚୋରି ହୋଇଥିଲା। ଏହି ଚୋରି ମୃତକ ଅମର କରିଥିବା ସେତେବେଳେ ଥାନାରେ ରିପୋର୍ଟ ହୋଇଥିଲା। ପୋଲିସ ଅମର ତନ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଜେଲ୍ ରୁ ଫେରିବା ପରେ ଏହି ଘଟଣା କୁ ନେଇ ଉଭୟ ସୁରଜ ଏବଂ ଅମରଙ୍କ ମଧ୍ୟରେ ପ୍ରାୟ ଝଗଡା ହେଉଥିଲା। ସୋମବାର ସନ୍ଧ୍ୟାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଘଟଣା ପରେ ସେହି ଦିନ ରାତିରେ ଅମର ଶୋଇଥିବା କ୍ୱାର୍ଟରରେ ସୁରଜ ପଶି ଲୁହା ରଡ଼ରେ ପିଟି ପିଟି ସୁରଜକୁ ହତ୍ୟା କରିଥିଲା। ବନ୍ଧମୁଣ୍ଡା ପୋଲିସ ଘଟଣାର ତଦନ୍ତ କରି ସୁରଜକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.