ରାଉରକେଲା : କଂଗ୍ରେସର କର୍ମୀ ସମ୍ମିଳନୀ ଅୟୋଜିତ।। ବହୁ ପୁରୁଖା ନେତାଙ୍କ ଯୋଗଦାନ।। ବିଜେପି-ବିଜେଡି ସରକାରଙ୍କୁ ଟାର୍ଗେଟ।

0 330

ରାଉରକେଲା : ୧୪/୨ (ସତ୍ୟାନ୍ୟୁଜ) ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଭାବେ ରବି ରାୟ ଦାୟିତ୍ୱ ଗ୍ରହଣ କରିବା ପରେ କଂଗ୍ରେସର ପ୍ରଥମ କର୍ମୀ ସମ୍ମିଳନୀ କରାଯାଇଛି। ରବିବାର ଦିନ ୨୧ ନମ୍ବର ସେକ୍ଟର କଂଗ୍ରେସ ଭବନରେ ଅୟୋଜିତ କର୍ମୀ ସମ୍ମିଳନୀରେ ଦଳର ବହୁ ପୁରୁଖା ନେତା ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର , ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ , ବିରେନ ସେନାପତି, ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ପ୍ରଭାତୀ ମିଶ୍ରଙ୍କ ସମେତ ବହୁ କର୍ମୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ସାଧାରଣ ନିର୍ବାଚନ ଆଉ କମ ଦିନ ଥିବାରୁ କର୍ମୀ ମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ନିକଟରେ କଂଗ୍ରେସର ବାର୍ତ୍ତା ପହଞ୍ଚାଇବାକୁ ସଭାପତି ରବି ରାୟ ନିବେଦନ କରିଥିଲେ। ରାଜ୍ୟରେ ବିଜେପି-ବିଜେଡିର ଅଘୋଷିତ ମେଣ୍ଟ ଚାଲିଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାଥିତ୍ୱ କୁ ବିଜେଡି ସମର୍ଥନ ଦେବା ଏହା ପ୍ରମାଣ କରୁଛି ବୋଲି କଂଗ୍ରେସ ନେତା ମାନେ କହିଥିଲେ। ଶିକ୍ଷା , ସ୍ୱାସ୍ଥ୍ୟ ଠାରୁ ନେଇ ସବୁ କ୍ଷେତ୍ରରେ ବିଜେପି – ବିଜେଡି ସରକାର ବିଫଳ ହୋଇଥିବା କଂଗ୍ରେସ ଜିଲ୍ଲା ସଭାପତି କହିଛନ୍ତି।

Leave A Reply

Your email address will not be published.