ରାଉରକେଲା : କଂଗ୍ରେସ ପ୍ରତିନିଧି ମଣ୍ଡଳ ରାଉରକେଲା ଏଡିଏମ୍ ଙ୍କୁ ଭେଟିଲେ।। ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା।

0 202

ରାଉରକେଲା : ୧୫/୨ (ସତ୍ୟାନ୍ୟୁଜ) ସହରର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଦିନ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ଜିଲ୍ଲା କଂଗ୍ରସ ସଭାପତି ରବି ରାୟଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ ରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର , ପିସିସି ସମ୍ପାଦକ ବିରେନ୍ ସେନାପତିଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ । କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳ ମୁଖ୍ୟତଃ ରାଉରକେଲା- ବନ୍ଧମୁଣ୍ଡା ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଏଡିଏମ୍ ଆଶୁତୋଷ କୂଳକର୍ଣ୍ଣିଙ୍କୁ ଅବଗତ କରାଇଥିଲେ। ଏହା ସହ ସହରର ଅବ୍ୟବସ୍ଥିତ ସ୍ୱରେଜ ସିଷ୍ଟମ ଉପରେ ମଧ୍ୟ ଆଲୋଚନା କରିଥିଲେ ।

Leave A Reply

Your email address will not be published.