ବିରମିତ୍ରପୁର : ୧୪୩ ନମ୍ବର ଜାତୀୟ ରାଜପଥ ପାତଲଖଣ୍ଡ ନିକଟରେ ଦୁର୍ଘଟଣା।। ବୋଲେରୋ ଧକ୍କାରେ ଦୁଇ ବାଇକ ଅରୋହି ଗୁରୁତର।
ବିରମିତ୍ରପୁର : ୧୩/୨ (ସତ୍ୟାନ୍ୟୁଜ) ବୋଲେରୋ ଗାଡି ବାଇକ କୁ ଧକ୍କା ଦେବା ଫଳରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲକୁ ଅଣା ଯାଇଛି। ଏହି ଦୁର୍ଘଟଣା ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ ପାତଲଖଣ୍ଡ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ। ଦୁଇ ଜଣ ଯୁବକ ବାଇକରେ ଯାଉଥିବା ବେଳେ ପଛରୁ ବୋଲେରୋ ଗାଡି ବାଇକ କୁ ପିଟି ଦେଇଥିଲା। ଦୁର୍ଘଟଣାରେ ଦୁଇ ବାଇକ ଅରୋହୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଗାଡି ନେଇ ଫେରାର ହୋଇ ଯାଇଛି। ଯୁବକ ଦୁଇ ଜଣ ଓଡିଶା ଝାରଖଣ୍ଡ ସୀମାନ୍ତ ଗ୍ରାମର ବୋଲି ଜଣା ପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।