ରାଉରକେଲା : ବିପିୟୁଟିର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।। ୧୧୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ , ୭୩ ଜଣଙ୍କୁପିଏଚଡି ପ୍ରଦାନ।
ରାଉରକେଲା : ୧୩/୨ ( ସତ୍ୟାନ୍ୟୁଜ) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ମଙ୍ଗଳବାର ଦିନ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ନେତାଜୀ ସୁବାଷ ଅଡ଼ିଟୋରିଅମ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିପିୟୁଟିର ଭାଇସ୍ ଚାନ୍ସଲର ଅମୀୟ ରଞ୍ଜନ ରଥ ସ୍ୱାଗତ ଭାଷଣ ଦେଇଥିଲେ। ସମାବର୍ତ୍ତନ ଉତ୍ସବରେ ୧୧୯ ଜଣ ଛାତ୍ରଛାତ୍ରୀଙ୍କୁ ଗୋଲଡ଼ ମେଡାଲ ଏବଂ ୭୩ ଜଣଙ୍କୁ
ପି ଏଚ୍ ଡି ପ୍ରଦାନ କରାଯାଇଥିଲା। ଭବିଷ୍ୟତରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତମ ନାଗରିକ ହେବାକୁ ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ।