ରାଉରକେଲା : ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ।। ବେଦବ୍ୟାସ ଶୈବ୍ୟପୀଠ , ମିଶନ ଶକ୍ତି କେଫେ , ଉଦିତନଗର ହାଇସ୍କୁଲ ପରିଦର୍ଶନ।
ରାଉରକେଲା : ୧୩/୨ (ସତ୍ୟାନ୍ୟୁଜ) ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଗତକାଲି ରାଉରକେଲା ଆସି ପହଁଚିବା ପରେ ଆଜି ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମଙ୍ଗଳବାର ସକାଳେ ରାଜ୍ୟପାଳ ବେଦବ୍ୟାସ ଶୈବ୍ୟ ପୀଠ ରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପରେ ସେ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କ୍ରୀଡା ଛାତ୍ରାବାସ ପରିଦର୍ଶନ ପରେ ରାଜ୍ୟପାଳ ଉଦିତନଗର ମିଶନ ଶକ୍ତି କେଫେ ରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ମିଶନ ଶକ୍ତିର ମହିଳାଙ୍କ ସହ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ପରେ ରାଜ୍ୟପାଳ ଉଦିତନଗର ହାଇ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହ ବର୍ତ୍ତାଳାପ କରିଥିଲେ। ରାଜ୍ୟପାଳ ସ୍କୁଲର କେତେକ କ୍ଲାସ ରୁମ୍ ବୁଲିବା ସହ ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାପାଳ ପରାଗ ହର୍ଷଦ ଗଭାଲି , ରାଉରକେଲା ଏଡିଏମ ଆଶୁତୋଷ କୂଳକର୍ଣ୍ଣି ପ୍ରମୁଖ ଉପସ୍ଥିତ ଥିଲେ।