ସୁନ୍ଦରଗଡ : ପ୍ରୋଟୋକଲ୍ ଭାଙ୍ଗି ବସ୍ତି ବୁଲିଲେ ରାଜ୍ୟପାଳ।। ଲୋକଙ୍କ ଅସୁବିଧା ଏବଂ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଲେ।
ସୁନ୍ଦରଗଡ଼ : ୧୨/୨ (ସତ୍ୟାନ୍ୟୁଜ) ତିନି ଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି।ପହଁଚିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତକାଲି ସନ୍ଧ୍ୟାରେ ଝାରସୁଗୁଡାରୁ ସଡକ ପଥରେ ଆସୁଥିବା ବେଳେ ବାଟରେ ତାଙ୍କୁ ଅଟକାଇଥିଲେ ବିଧାୟିକା କୁସୁମ ଟେଟେ। କିରେଇ ନିକଟରେ ଥିବା ଜବରଦସ୍ତ ପଡାର ବିପର୍ଯ୍ୟସ୍ତ ଅବସ୍ଥା ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ବିଧାୟିକା। ରାଜ୍ୟପାଳ ମଧ୍ୟ ପ୍ରୋଟୋକଲ୍ ଭାଙ୍ଗି ପଡା ମଧ୍ୟକୁ ଯାଇ ଲୋକଙ୍କୁ ଭେଟି ଥିଲେ। ରାଜ୍ୟପାଳ ପଡା ଲୋକଙ୍କ ଅସୁବିଧା ଏବଂ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ। ଲୋକମାନେ ପାଖରେ ରାଜ୍ୟପାଳଙ୍କୁ ପାଇ ବସ୍ତିର ବିଦ୍ୟୁତ , ପାନୀୟ ଜଳ ଏବଂ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ସେଠାରେ ରହୁଥିବା ୫୦ରୁ ଉର୍ଦ୍ଧ୍ବ ପରିବାର ମୌଳିକ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ ବିଧାୟିକା। ବସ୍ତି ସମସ୍ୟା ଦୁର ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ଲୋକମାନେ ରାଜ୍ୟପାଳଙ୍କୁ ନିବେଦନ କରିଥିଲେ।