ମୟୁରଭଞ୍ଜ : ଫରଚୁନର କାର ସହ ୩୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କଲା ଜସିପୁର ପୋଲିସ। ୩ ଡ୍ରଗ୍ସ ମାଫିଆ ଫେରାର।

2 396

ମୟୁରଭଞ୍ଜ : ୧୨/୨ (ସତ୍ୟାନ୍ୟୁଜ) ( ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଯଶୀପୁର ପୋଲିସକୁ ପୁଣି ମିଳିଛି ଏକ ବଡ଼ ସଫଳତା। କିଛି ଦିନ ପୂର୍ବରୁ ପୋଲିସ ୧୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରିଥିଲେ। ଏବେ ପୋଲିସ ପୁଣି ୩୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରିବା ସହ ଏକ ଫରଚୁନର କାର ଜବତ କରିଛନ୍ତି। ଏହି କାରରେ ଗଞ୍ଜେଇ ଚାଲାଣ ହେଉଥିଲା। ତେବେ କାରରେ ଥିବା ତିନି ଜଣ ଡ୍ରଗ୍ସ ଚାଲାଣକାରୀ ଫେରାର ହୋଇ ଯାଇଛନ୍ତି। ଜସିପୁର ପୋଲିସ ଟଙ୍ଗାବିଲା ନିକଟରେ ପେଟ୍ରୋଲିଂ କରୁଥିବା ବେଳେ କେନ୍ଦୁଝର ପଟୁ ଏକ ଫର୍ଚୁନର କାର୍ ଦ୍ରୁତ ଗତିରେ ଆସୁଥିଲା। ଗାଡିଟି କରଞ୍ଜିଆ ପଟକୁ ଯାଉଥିବା ବେଳେ ପେଟ୍ରୋଲିଂ ପାର୍ଟି ର ସନ୍ଦେହ ହୋଇଥିଲା। ପୋଲିସ ପିଛା କରି ଟଙ୍ଗାବିଲା ଜଙ୍ଗଲ ନିକଟରେ ଗାଡିକୁ ଅଟକାଇ ଥିଲେ। ମାତ୍ର ଗାଡ଼ିରେ ଥିବା ୩ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲେ। । ପୋଲିସ୍ ଯାଞ୍ଚ ପରେ ଗାଡ଼ିରୁ ୩୨୫ କେଜି ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି । ଏ ନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।
-ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ-

2 Comments
  1. Bima Chronicle says

    Wonderful Satia.

  2. Bima Chronicle says

    Thanks Mithu.

Leave A Reply

Your email address will not be published.