ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ଆଜିଠାରୁ ଗଡ଼ିଲା ୩୧ଟି ଲକ୍ଷ୍ମୀ ବସ। ପ୍ରଥମେ ଟିକଟ କାଟି ମନ୍ତ୍ରୀ , ବିଧାୟକ , ଜିଲ୍ଲାପାଳ ଯାତ୍ରା କଲେ।

0 1,111

ସୁନ୍ଦରଗଡ : ୧୨/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଆଜିଠାରୁ ଗଡିଲା ଲକ୍ଷ୍ମୀ ବସ। ବରଗଡ଼ , ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ସହିତ ସୁନ୍ଦରଗଡ଼ ଜିଲ୍ଲା ରେ ଏହି ବସ ସେବାକୁ ଭର୍ଚୁଆଲ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ଜିଲ୍ଲାର ୨୬୯ ଟି ପଞ୍ଚାୟତର ହିତାଧିକାରୀ ଏହି ବସ ସେବାର ସୁବିଧା ପାଇବେ । ସୁନ୍ଦରଗଡ଼ ଜିଲ୍ଲାରେ ୬୫ ଟି ଲକ୍ଷ୍ମୀ ବସ ଚାଲିବ। ତନ୍ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟ ରେ ୩୧ ଟି ବସ ପଞ୍ଚାୟତରୁ ବ୍ଲକ ମହକୁମାକୁ ଚାଲିବ । ଏହି ବସରେ ମହିଳା ଏବଂ ଛାତ୍ରଛାତ୍ରୀ ମାନେ ମାତ୍ର ୫ ଟଙ୍କା ରେ ଯାତ୍ରା କରି ପାରିବେ। ଆଜି ସୁନ୍ଦରଗଡ଼ ଠାରେ ଆୟୋଜିତ ଉଦଘାଟନୀ ସଭାରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ ଏବଂ ପୂର୍ବତନ ବିଧାୟକ ଯୋଗେଶ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଉଦଘାଟନୀ ସଭାରେ ଶହଶହ ସଂଖ୍ୟା ରେ ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ। ଉଦଘାଟନ ପରେ ମନ୍ତ୍ରୀ, ବିଧାୟକ , ଜିଲ୍ଲାପାଳ, ଏବଂ ଅନ୍ୟ ଅଧିକାରୀ ମାନେ ଟିକେଟ କାଟି ବସରେ ପ୍ରଥମ ଯାତ୍ରା କରିଥିଲେ ।

Leave A Reply

Your email address will not be published.