ରାଉରକେଲା : ୧୧/୨ (ସତ୍ୟାନ୍ୟୁଜ) ରାଉରକେଲା ନିକଟରେ ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ହାଟ ନିକଟରେ ଗୁରୁଣ୍ଡିଆକୁ ଯାଉଥିବା ବସ ଓଲଟି।ପଡିବାରୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରାଉରକେଲାରୁ ଗୁରୁଣ୍ଡିଆ ଯାଉଥିବା ଏହି ଯାତ୍ରୀବାହୀ ବସ ଏକ କାରକୁ ଧକ୍କା ଦେବା ପରେ ଓଲଟି ପଡିଥିଲା।
ସେହିପରି ରାଉରକେଲା ନିକଟ ଚାନ୍ଦିପୋଷ ଥାନା ଅଞ୍ଚଳର ୧୪୩ ନମ୍ବର ଜତୀୟ ରାଜପଥରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି। ଗୋଟିଏ ଘଟଣାରେ ଗୋପାଳପୁର ଠାରେ ଜଣେ ମହିଳାଙ୍କ ଉପରେ ଟ୍ରକ ମାଡ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଘଟଣାରେ କୁଚେଇତା ଠାରେ ରାଉରକେଲାକୁ ଆସୁଥିବା ଏକ କାର ସହ ଟ୍ରକ ପିଟି ହୋଇ ଯିବାରୁ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଦ୍ରୁତ ଏବଂ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଥିବା ଜଣାପଡିଛି। ପୋଲିସ ଏବଂ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।