ରାଉରକେଲା : ପ୍ରାଣୀଧନ ଡ଼ାକ୍ତରଙ୍କ ଆନ୍ଦୋଳନ ୨୪ ଦିନରେ।। ସଂକଟରେ ପଶୁପକ୍ଷୀଙ୍କ ଜୀବନ।

0 324

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ପ୍ରାଣୀ ଧନ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ସଙ୍କଟରେ ପଡିଛି ପଶୁପକ୍ଷୀଙ୍କ ଜୀବନ। ୪ ଦଫା ଦାବି ନେଇ ଭେଟିନାରି ଡାକ୍ତର ମାନେ ଦୀର୍ଘ ୨୪ ଦିନ ହେଲା ଆନ୍ଦୋଳନ କରି ଧାରଣାରେ ବସିଛନ୍ତି। ସମସ୍ତ ଭେଟିନାରି ଡାକ୍ତରଖାନାରେ ଚାବି ପଡିଛି। ରାଜ୍ୟର ସମସ୍ତ ପ୍ରାଣୀଧନ ଚିକିତ୍ସକ ମନେ ଆନ୍ଦୋଳନରେ ଥିବା ବେଳେ ଏହାର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପଡିଛି। ବିଶେଷ କରି ପାନପୋଷ ଉପଖଣ୍ଡର ନୂଆଗାଁ , ବିଶ୍ରା , କୁଆରମୁଣ୍ଡା , ଲାଠିକଟା ଆଦି ବ୍ଲକରେ ଆନ୍ଦୋଳନ ପ୍ରଭାବ ବହୁଳ ଭାବେ ଅନୁଭୂତ ହେଉଛି। ଏହି ଅଞ୍ଚଳ ମନଙ୍କରେ ଚାଷ ହେଉଥିବାରୁ ଚାଷୀ ମାନେ ଗାଈ ଗୋରୁ ପାଳି ଥାନ୍ତି। ମାତ୍ର ପ୍ରାଣୀ ଚିକିତ୍ସଙ୍କ ଆନ୍ଦୋଳନ ଯୋଗୁ ସେମାନଙ୍କ ଚିକିତ୍ସା ସରକାରୀ ଭେଟିନାରି ଡାକ୍ତରଖାନାରେ ହୋଇ ପାରୁନାହିଁ। ଫଳରେ ଘରୋଇ ଭାବେ ଚିକିତ୍ସା କରୁଥିବା ଭେଟିନାରୀ ଡାକ୍ତରଙ୍କ ଉପରେ ଅଧିକ ଚାପ ପଡୁଛି।
ସରକାର ଭେଟିନାରୀ ଡାକ୍ତର ମାନଙ୍କ ଦାବିକୁ ବିଚାରକୁ ନେଇ ଖୁବ ଶିଘ୍ର ଏହା ଉପରେ ପଦକ୍ଷେପ ନେବାକୁ ପ୍ରାଣୀ ଧନ ଚିକିତ୍ସକ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.