ଆଉ ମାତ୍ର ଦୁଇଦିନ ପରେ ସହରର ବିରସା ମୁଣ୍ଡା ହକି ଷ୍ଟାଡିଅମରେ ଆରମ୍ଭ ହେବ ପ୍ରୋ ଲିଗ୍ ହକି। ଏଥି ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା। ଚାଲିଛି ସହରର ସୌନ୍ଦର୍ଯ୍ୟକରଣ। ରାଉରକେଲା ମହାନଗର ନିଗମ ତରଫରୁ ରାସ୍ତା କଡରେ ଥିବା ବିଭିନ୍ନ କାନ୍ଥ ଗୁଡ଼ିକୁ ଚିତ୍ରିତ କରାଯାଉଛି। ଡିଏଭି ଛକ ଠାରୁ ଛେଣ୍ଡ ଯିବା ରାସ୍ତାପାର୍ଶ୍ବ କାନ୍ଥ ଗୁଡ଼ିକରେ ଓଡ଼ିଆ କଳା, ସଂସ୍କୃତି, ସ୍ଥାପତ୍ୟ, ଲୋକନୃତ୍ଯ ଚିତ୍ର ସହ ମହାପୁରୁଷ ଓ କବି ମାନଙ୍କ ପ୍ରତିଛବି ଗୁଡ଼ିକୁ ସ୍ଥାନ ଦିଆଯାଇଛି। ପେଣ୍ଟର ମାନେ ଏହି କାମରେ ଲାଗିଛନ୍ତି। ଅନ୍ୟପକ୍ଷରେ ବିରସା ମୁଣ୍ଡା ଷ୍ଟାଡିଅମରେ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଟିକେଟ କାଉଣ୍ଟର ଖୋଲା ଯିବା ସଙ୍ଗେସଙ୍ଗେ ବାରିକେଡିଂ ମଧ୍ୟ କରାଯାଇଛି। ଗତ ବର୍ଷ ଜାନୁଆରୀରେ ହୋଇ ଥିବା ହକି ବିଶ୍ୱକପ ପରେ
ପ୍ରୋ ଲିଗ୍ ପରି ଏକ ବଡ ଧରଣର ହକି ପ୍ରତିଯୋଗୀତା ରାଉରକେଲାରେ ହେଉଛି। ଦେଶ ବିଦେଶରୁ ରବିବାର ଠାରୁ ଖେଳାଳୀ ମାନେ ଆସି ସହରରେ ପହଞ୍ଚି ଯିବେ। ସେମାନଙ୍କ ରହିବାର ବ୍ୟବସ୍ଥା ମେ ଫେଆର ୱାର୍ଲଡ଼ କପ୍ ଭିଲେଜରେ କରା ଯାଇଛି। କିନ୍ତୁ ହକି ବିଶ୍ୱ କପ୍ ବେଳେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଯେଉଁ ଉନ୍ମାଦନା ଥିଲା ତା ଏବେ ନାହିଁ। ଅଫ୍ ଲାଇନ ଟିକେଟ ବିକ୍ରି ପାଇଁ ଖୋଲା ଯାଇଥିବା କାଉଣ୍ଟରରେ ଭିଡ଼ ନାହିଁ। ହକି ପ୍ରୋ ଲିଗ୍ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।