ରାଉରକେଲା : ସହରରେ ଆସି ପହଁଚିଲେ ୫ଟି ଦେଶର ମହିଳା ହକି ଦଳ।। ସୋମବାର ଠାରୁ ହକି ପ୍ରୋ ଲିଗ୍।

0 450

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ସୋମବାର ଠାରୁ ରାଉରକେଲା ବିରସା ମୁଣ୍ଡା ହକି ଷ୍ଟାଡିଅମରେ ଆରମ୍ଭ ହେବ ହକି ପ୍ରୋ ଲିଗ୍। ଏଥିପାଇଁ ସହରର କ୍ରୀଡ଼ା ପ୍ରେମୀ ମାନେ ବେଶ ଉତ୍ସାହିତ ଥିବା ବେଳେ ଆଜି ୫ଟି ଦେଶର ମହିଳା ହକି ଦଳ ସହରରେ ଆସି ପହଞ୍ଚିଛନ୍ତି। ଭାରତ , ନେଦରଲ୍ୟାଣ୍ଡ , ଅଷ୍ଟ୍ରେଲିଆ , ୟୁଏସ୍ଏ , ଚାଇନା ଦଳ ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିବା ପରେ ବସରେ ରାଉରକେଲା ଆସିଛନ୍ତି। ୫ ଟି ରାଜ୍ୟ ସଡକ ନିଗମ ବସରେ ମେ ଫେଆର କ୍ରୀଡା ଗ୍ରାମରେ ପହଞ୍ଚିବା ପରେ ଖେଳାଳି ମାନଙ୍କୁ ଫୁଲ ଦେଇ , ବାଜା ବଜାଇ ସ୍ୱାଗତ କରାଯାଇଥିଲା। ଆଜି ଠାରୁ ବିରସା ମୁଣ୍ଡା ଷ୍ଟାଡିଅମରେ ଖେଳାଳି ମାନେ ଖେଳ ଅଭ୍ୟାସ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.