ରାଉରକେଲା : କୁଁଡୁଖ ଭାଷାକୁ ସମ୍ବିଧାନରେ ସାମିଲ ଦାବି ଜୋର ଧରିଲା।। ରାଉରକେଲାରେ ସଙ୍ଗଠନର ବିଶାଳ ରାଲି।। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।
ରାଉରକେଲା : ୯/୨ (ସତ୍ୟାନ୍ୟୁଜ) କୁଁଡୁଖ ଭାଷାକୁ ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ କରାଯିବା ଦାବୀ ଜୋରଦାର ହେଉଛି। ଆଜି ସର୍ବ ଭାରତୀୟ କୁଁଡୁଖ ଯୁବ ସଙ୍ଗଠନ ପକ୍ଷରୁ ଏହି ଦାବି ନେଇ ରାଉରକେଲାରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଏହି ରାଳିରେ ଛତିଶଗଡ଼ , ଝାରଖଣ୍ଡ ଏବଂ ଓଡ଼ିଶାର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ବିର୍ସ। ଛକ ନିକଟରୁ ଏହି ଶୋଭାଯାତ୍ରା ବାହାରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା। କୁଁଡୁଖ ଭାଷାକୁ ସମ୍ବିଧାନରେ ସାମିଲ କରିବା ଦାବି ପତ୍ର ଏଡିଏମ ଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ପଠା ଯାଇଥିଲା।