ରାଇରଙ୍ଗପୁର : ସରକାରୀ ଯୋଜନାର ଲାଭ ନେବା ପାଇଁ ସଚେତନତା କାର୍ଯ୍ୟକ୍ରମ।। ବିଭିନ୍ନ ବିଭାଗର ଅଧିକାରୀଙ୍କ ଯୋଗଦାନ।

0 299

ମୟୁରଭଞ୍ଜ : ୮/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଓ ଉନ୍ନୟନମୂଳକ କାର୍ଯ୍ୟର ରୂପାନ୍ତର ଘଟିଛି | ଆଜି ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ସୁଦର୍ଶନପୁର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ସଭାପତି ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ ୪୬ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଲିପିକା ମଣ୍ଡଳ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୁରାଇ ମାର୍ଣ୍ଡି, ଭି ଏଲ୍ ଡ୍ବ୍ଲୁ ମୋହନ ପାତ୍ର, ଜେ ଇ ପ୍ରଶାନ୍ତ କୁମାର ଦାଶ , ସୁଦର୍ଶନପୁର ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ମନିକା ମାଝୀ ଓ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶାନ୍ତନୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ସଭାପ୍ରାରମ୍ଭରେ ଅତିଥିଗଣ ବିଘ୍ନନାଶ ଗଣେଶଙ୍କ ମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ଜଳନ ପରେ ଦାସକାଠିଆ ମାଧ୍ୟମରେ ଗାୟକ ଭରତ ଚନ୍ଦ୍ର ବେହେରା ଏବଂ ସାଥୀଙ୍କ ଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ | ଏହି ଭବ୍ୟ ପଞ୍ଚାୟତ ସ୍ତରୀୟ ସଚେତନତା ସଭାକୁ ଭି ଏଲ୍ ଡ୍ବ୍ଲୁ ମୋହନ ପାତ୍ର ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ | ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୁରାଇ ମାର୍ଣ୍ଡି ଉକ୍ତ କାର୍ଯ୍ୟକ୍ରମ ବିଷୟରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ | ଏହାପରେ ସଭାପତି ତାଙ୍କ ବକ୍ତବ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ଯେପରି ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ଆବାସ ଯୋଜନା, ଲକ୍ଷ୍ମୀ ବସ୍, କୃଷି ଉଦ୍ଦ୍ୟୋଗ ଯୋଜନା, ପାନୀୟ ଜଳ ଯୋଜନା, କାଳିଆ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ବ୍ୟାଙ୍କ, ମିଶନ ଶକ୍ତି ଯୋଜନା ଇତ୍ୟାଦି ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ | ଏହିସବୁ ଯୋଜନା ସମ୍ବନ୍ଧରେ କାହାର ସମସ୍ୟା ଥାଏ, ଏଠାରେ ଥିବା ଷ୍ଟଲ ମାଧ୍ୟମରେ ସେମାନେ ସମାଧାନ ପାଇପାରିବେ ବୋଲି ସୂଚନା ଦେଇଥିଲେ | ଜିଲ୍ଲା ପରିଷଦ ସଦସ୍ୟା ଲପିକା ମଣ୍ଡଳ ତାଙ୍କ ବକ୍ତବ୍ୟରେ ସରକାରୀ ଯୋଜନାଗୁଡିକ ଲୋକମାନଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ , ଏଣୁ ଉକ୍ତ ଯୋଜନାଗୁଡିକୁ ଯଥାଶୀଘ୍ର ଲୋକମାନେ ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ | ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶାନ୍ତନୁ କୁମାର ସାହୁ ମଧ୍ୟ ତାଙ୍କର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ | ତଦପରେ ଆମ ପଞ୍ଚାୟତ ର ବିକାଶ ପୁସ୍ତିକା ଉନ୍ମୋଚିତ ହେଲା ପରେ ଆମ ପଞ୍ଚାୟତ ର ବିକାଶ ସମ୍ପର୍କରେ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା | ପରିଶେଷରେ ଜେ ଇ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ସଭାରେ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ, ସୁଦର୍ଶନପୁର ଗ୍ରାମପଞ୍ଚାୟତର ଗ୍ରାମବାସୀବୃନ୍ଦ ତଥା ସମସ୍ତ ସରକାରୀ ବିଭାଗୀୟ ଅଧିକାରୀଗଣ ଯଥା ପାନୀୟଜଳ ବିଭାଗ, କୃଷି ବିଭାଗ, ରାଜସ୍ବ ବିଭାଗ, ରାଇରଙ୍ଗପୁର ବ୍ଲକ କର୍ମଚାରୀବୃନ୍ଦ, ମତ୍ସ୍ୟ,ପ୍ରାଣୀ ସମ୍ପଦ ଓ ଜଙ୍ଗଲ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଖାଦ୍ୟ ଯୋଜନା ବିଭାଗ, ଆବାସ ଯୋଜନା ବିଭାଗ ପ୍ରମୁଖ ଯୋଗ ଦେଇଥିଲେ।
ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.