ରାଉରକେଲା : କୋଇଡା ଗୀତାରାଣୀ ମାଇନ୍ସର ଟ୍ରାନ୍ସପୋର୍ଟ ଅଫିସରେ ଡକାୟତି।। ଡକାୟତ ମାନେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଲେ।

0 391

ରାଉରକେଲା : ୮/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକରେ ଥିବା ଗୀତା ରାଣୀ ମାଇନ୍ସ କ୍ୟାମ୍ପସରେ ଥିବା ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇ ଯାଇଛି। ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଏହି ଡକାୟତି ହୋଇଛି। ୫ ଜଣ ଦ୍ରୁବୃତ୍ତ ପିସ୍ତଲ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ମାଇନ୍ସର ଟ୍ରାନ୍ସପୋର୍ଟ ଅଫିସରେ ପଶିଥିଲେ। ସେଠାରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦଖାଇ ଟଙ୍କା ଲୁଟି ନେଇଥିଲେ। ଟଙ୍କା ଲୁଟି ନେବା ପରେ ଦ୍ରୁବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଏହି ଟ୍ରାନ୍ସପୋର୍ଟ ଅଫିସରୁ ରାତିରେ ମାଇନ୍ସରୁ ବାହାରୁ ଥିବା ଟ୍ରକ ଡ୍ରାଇଭର ମାନେ ଡିଜେଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ନେଇ ଯାଇ ଥାନ୍ତି। ଏହାର ସୁଯୋଗ ନେଇ ଡକାୟତ ମାନେ ଡ୍ରାଇଭର ବେଶରେ କ୍ୟାମ୍ପସରେ ପଶି ଡକାୟତି କରିବାରେ ସଫଳ ହୋଇଥିଲେ। କୋଇଡା ଏବଂ ଲହୁଣୀପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଡକାୟତିର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି।

Leave A Reply

Your email address will not be published.