ରାଉରକେଲା : ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗୀତା।। ଉଭୟ ପୁରୁଷ ଏବଂ ମହିଳା ଦଳରେ ସୁନ୍ଦରଗଡ ଚମ୍ପିୟାନ।

0 285

ରାଉରକେଲା: ୮/୨ (ସତ୍ୟାନ୍ୟୁଜ) ‘ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ‘ କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ରେ ଅନୁଷ୍ଠିତ ରାଜ୍ଯ ସ୍ତରୀୟ ହକି ପ୍ରତିଯୋଗିତା ରେ ଉଭୟ ପୁରୁଷ ଓ ମହିଳା ବର୍ଗ ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲା ଦଳ ଚ୍ୟାମ୍ପିୟନ ହୋଇଛି।
ବିର୍ସା ମୁଣ୍ଡା ଷ୍ଟାଡିୟମ ରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ସୁନ୍ଦରଗଡ ମହିଳା ଦଳ ଖୋ୍ର୍ଦ୍ଧା ଦଳକୁ ୭ ଗୋଲ ରେ ପରାସ୍ତ କରିଛି। ଖୋର୍ଦ୍ଧା ସୁନ୍ଦରଗଡ ବିପକ୍ଷ ରେ କେବଳ ୧ ଗୋଲ କରି ପାରି ଥିଲା। ସେହିପରି ପୁରୁଷ ବର୍ଗ ଫାଇନାଲ ରେ ସୁନ୍ଦରଗଡ ଖୋର୍ଦ୍ଧା କୁ ୩-୨ ରେ ପରାସ୍ତ କରି ଚମ୍ପିୟାନ ହୋଇଛି।
ପୁରସ୍କାର ବିତରଣ ସମାରୋହ ରେ ହକି ଇଣ୍ଡିଆର ଅଧ୍ଯକ୍ଷ ପଦ୍ମଶ୍ରୀ ଦିଲ୍ଲିପ ତିର୍କି ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ପୁରଷ ଓ ମହିଳା ଚମ୍ପିୟାନ ଦଳକୁ ୨ ଲକ୍ଷ ଟଙ୍କାର ପୁରସ୍କାର , ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଉଭୟ ପୁରୁଷ ଓ ମହିଳା ରନର୍ସଅପ୍ ଦଳକୁ ୧ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ।
ପଦ୍ମଶ୍ରୀ ତିର୍କି
ପ୍ରତିଯୋଗିତା ରେ ଭଲ ପ୍ରର୍ଦଶନ ପାଇଁ ମହିଳା ବର୍ଗ ରେ ସୁନ୍ଦରଗଡ ଦଳର କ୍ୟାପଟେନ ଜୀବନ କିଶୋରୀ ଟପ୍ପୋ ଓ ପୁରୁଷ ବର୍ଗ ରେ ଖୋର୍ଦ୍ଧା ଦଳର
ଗୋଲକିପର ଜି ତେଜେଶ୍ୱର ରାଓ କୁ ମଧ୍ଯ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରିଥିଲେ। ।

ଉଭୟ ପୁରୁଷ ଓ ମହିଳା ବର୍ଗ ରେ ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ମଧ୍ଯ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମ ରେ ସୁନ୍ଦରଗଡ କ୍ରୀଡ଼ା ଅଧିକାରୀ ସୁଦୀପ୍ତ କୁମାର ନାୟକ, ଓଏସଡି ସୁନ୍ଦରଗଡ କାଲୁ ଚରଣ ଚୌଧୁରୀ, ପୂର୍ବ ଭାରତୀୟ ଦଳର କୋଚ ବି ଜେ କରିୟପ୍ପା, ବରିଷ୍ଠ କୋଚ ସିଲ ବେଷ୍ଟର ଟପ୍ପୋ ପ୍ରମୁଖ ରୂପେ ଉପସ୍ଥିତ ଥିଲେ।

Leave A Reply

Your email address will not be published.