ମୟୁରଭଞ୍ଜ : ୭/୨ (ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା ଯଶିପୁର ପୋଲିସକୁ ମିଳିଛି ବଡ ସଫଳତା। ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ଜଣ ଡ୍ରଗ୍ସ ଚାଲାଣ କାରୀ। ଏହି ଦୁଇଜଣ ସମ୍ବଲପୁରରୁ ଏକ ସ୍ବିଫ୍ଟ ଡିଜାୟାର କାରରେ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଜସିପୁର ପୋଲିସ କାର ଟିକୁ ଅଟକାଇ ଥିଲେ। ଖାନତଲାସ ବେଳେ କାର ଡିକିରୁ ପୋଲିସ ୧୨୦ କେଜି ଗଞ୍ଜେଇ ଜବତ କରିଥିଲେ। ଏହି ଗଂଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତଲାସୀ ବେଳେ ଜଣେ ଦ୍ରୁବୃତ୍ତ ଫେରାର ହୋଇ ଯାଇଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରିଛି।
ଏଥିସହିତ ଏହି କାର ମଧ୍ୟରୁ ୨ଟି ଜାଲ ନମ୍ବର ପ୍ଲେଟ ଜବତ ହୋଇଛି। ମାଜିଷ୍ଟ୍ରେଟ ଭାବେ ତହସିଲଦାର କ୍ରିସେନସିଆ ତିର୍କୀ ଓ ଉପଖଣ୍ଡ ଥାନା ଅଧିକାରୀ ସୁବ୍ରତ କୁମାରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ ହୋଇଥିଲା। ଧରାପଡିଥୁବା ଦ୍ରୁବୃତ୍ତ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ବୋଲି ଜଣାପଡିଛି।