ରାଉରକେଲା : ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ନେଇ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ସହ ଆଲୋଚନା କଲା ରାଉରକେଲା ଜାଗରଣ ମଞ୍ଚ।

0 854

ରାଉରକେଲା : ୭/୨ (ସତ୍ୟାନ୍ୟୁଜ) ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ନେଇ ରାଉରକେଲା ଜାଗରଣ ମଞ୍ଚ ପକ୍ଷରୁ ଟାଟା ପାୱାର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ସହ ଆଲୋଚନା କରାଯାଇଛି। ଜାଗରଣ ମଞ୍ଚର ଅଧ୍ୟକ୍ଷ ଅମିତାଭ ସାମଲଙ୍କ ନେତୃତ୍ୱରେ ଯାଇ ଥିବା ପ୍ରତିନିଧି ମଣ୍ଡଳ ମୁଖ୍ୟତଃ ବିଦ୍ୟୁତ କାଟ ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟୁତ ଯୋଗାଣର ରକ୍ଷଣା ବେକ୍ଷଣ ପାଇଁ ନିୟମିତ ବ୍ୟବଧାନରେ ୬ରୁ ୭ ଘଣ୍ଟା ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହେଉଛି। ଏହାକୁ ସୁବ୍ୟବସ୍ଥିତ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏହାଛଡା ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ରାଉରକେଲା ରେ ସର୍ବନିମ୍ନ ଦୁଇଟି ଟ୍ରାନ୍ସଫର୍ମର ଷ୍ଟକ ରେ ରଖିବାକୁ ନିବେଦନ କରାଯାଇଛି। ଉପସ୍ଥାପନ କରାଯାଇଥିବା ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଟାଟା ପାୱାର ଲିମିଟେଡ଼ର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର କହିଛନ୍ତି।

Leave A Reply

Your email address will not be published.