ରାଉରକେଲା : ରାହୁଲ ଗାନ୍ଧୀ ସନ୍ଧ୍ୟାରେ ପହଞ୍ଚିବେ ବିରମିତ୍ରପୁର।। ଆସନ୍ତାକାଲି ରାଉରକେଲାରେ ରୋଡ଼ ଶୋ।। ବରିଷ୍ଠ ନେତାଙ୍କ ସହରରେ ଭିଡ଼।

0 225

ରାଉରକେଲା : ୬/୨ (ସତ୍ୟାନ୍ୟୁଜ) ଆଜି କଂଗ୍ରସର ଭାରତ ଜୋଡୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପ୍ରବେଶ କରୁଛି। ସନ୍ଧ୍ୟାରେ ରାହୁଲ ଗାନ୍ଧୀ ଆସି ବିରମିତ୍ରପୁରରେ ପହଞ୍ଚିବେ। ତାଙ୍କୁ ସେଠାରେ ଦଳ ପକ୍ଷରୁ ସ୍ୱାଗତ କରାଯିବ। ଏଥିଲାଗି କଂଗ୍ରେସ ଦଳର ବରିଷ୍ଠ ନେତା ମାନେ ଆସି ରାଉରକେଲାରେ ପହଞ୍ଚି ଯାଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ , କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର , ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ , ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ , ବିଜୟ ପଟ୍ଟନାୟକ , ମହମ୍ମଦ ମୋକିମ , ତାରା ବାହିନୀପତି ଆସି ରାଉରକେଲାରେ ପହଞ୍ଚିଛନ୍ତି। ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି ଆଜି ରାଉରକେଲା ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଛନ୍ତି। ଆସନ୍ତାକାଲି ରାଉରକେଲାରେ ରାହୁଲଙ୍କ ରୋଡ଼ ଶୋ ହେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.