ସୁନ୍ଦରଗଡ଼ : ୮/୧ (ସତ୍ୟାନ୍ୟୁଜ) ଟାର୍ଗେଟ ରେ ଗ୍ରାହକ ସେବା କେନ୍ଦ୍ର। ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାହକ ସେବା କେନ୍ଦ୍ରରୁ ଲୁଟ୍ ମାମଲା ଥମୁ ନାହିଁ। ପୁଣି ଆଜି ଏହି ଘଟଣାର ପୁନରାବୃତ୍ତି ହୋଇଛି। ସେବା କେନ୍ଦ୍ରର କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦ୍ରୁବୃତ୍ତ ମାନେ ଲୁଟି ନେଇଛନ୍ତି ୩୦ ହଜାର ଟଙ୍କା। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ସାଲେପାଲି ଗାଁର ମାର୍କେଟ କଂପ୍ଲେକ୍ସରେ ଥିବା ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଏହି ଲୁଟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ହଠାତ ପହଞ୍ଚି ଥିଲେ ଗ୍ରାହକ ସେବା କେନ୍ଦ୍ରରେ। ସମସ୍ତେ ହେଲମେଟ ପିନ୍ଧିଥିଲେ। ପରେ କେନ୍ଦ୍ର ଭିତରେ ପଶି ବନ୍ଧୁକ ଦେଖାଇ ସେମାନେ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ଗତମାସ କୁତ୍ରା ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ଦ୍ରୁବୃତ୍ତ ମାନେ ବନ୍ଧୁକ ମୁନରେ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିପରି କିଞ୍ଜିରିକେଲା ଥାନା ସିକାଜୋର୍ ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ମଧ୍ୟ ୨ ଲକ୍ଷ ଟଙ୍କା ଲୁଟି ନେବା ସହିତ ମାଲିକଙ୍କ ଉପରେ ଗୁଳି ଚଳାଇ ଥିଲେ ଦୁର୍ବୃତ୍ତମାନେ।