ରାଉରକେଲା : ‘ଅନ୍ୱେଷା’ ହଷ୍ଟେଲରୁ ନାବାଳକ ଛାତ୍ରଙ୍କ ମୃତ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର।। ପୋଲିସ ତଦନ୍ତ ଜାରି।

0 791

ରାଉରକେଲା : ୮/୧ (ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ ‘ଅନ୍ୱେଷା’ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣାପଡି ନାହିଁ। ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତକ ଗୁରୁଣ୍ଡିଆ ବ୍ଲକ ସୋଲ ଗ୍ରାମର କୃଷ୍ଣ କୁଜୁର ବୋଲି ଜଣା ପଡ଼ିଛି।

କୃଷ୍ଣ ରାଉରକେଲା ସହରରେ ଥିବା ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ। ସୋମବାର ଦିନ ସେ ସ୍କୁଲ୍ ଯାଇ ନଥିଲେ। ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲି ରହିଥିବା ଅନ୍ତେବାସୀ ଦେଖିଥିଲେ। ପରେ ପୋଲିସକୁ ଏ ବାବଦରେ ସୂଚନା ଦିଆ ଯାଇଥିଲା। ଛେଣ୍ଡ ଥାନା ପୋଲିସ ହଷ୍ଟେଲରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।
କୃଷ୍ଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି। ମୃତ ନାବାଳକଙ୍କ ପରିବାର ବର୍ଗଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପୁଲିସ୍ ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.