ରାଉରକେଲା : ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ।। ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍।

0 4,975

ରାଉରକେଲା : ୮/୯ (ସତ୍ୟାନ୍ୟୁଜ) ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ରାଉରକେଲା ଦୂତୀୟ ଅତିରିକ୍ତ ଦୌରା ଜଜ୍ ମନୋଜ କୁମାର। ୨୦୨୧ ମସିହା ଜାନୁଆରୀ ୩୧ ତାରିଖରେ ଏହି ଦୁଷ୍କର୍ମ ରାଉରକେଲା ଷ୍ଟେସନ ନିକଟ ଏକ ହୋଟେଲରେ ହୋଇଥିଲା। କୁଆରମୁଣ୍ଡାର ଉକ୍ତ ମହିଳାଙ୍କୁ ଅଭିଯୁକ୍ତ ଇମ୍ରାନ ଖାନ ନେଇ ହୋଟେଲରେ ଦୁଷ୍କର୍ମ କରିବା ପରେ ଏ ବାବଦରେ କୁଆରମୁଣ୍ଡା ଥାନାରେ ଏକ ମାମଲା ରଜୁ ହୋଇଥିଲା। ଏହି ମାମଲାର ବିଚାର କରି ମାନ୍ୟବର ବିଚାରପତି ଆଜି ସଜ଼ା ଶୁଣାଇଛନ୍ତି। ଏହି ମମାଲାର ପରିଚାଳନା ସରକାରୀ ଓକିଲ ସତ୍ୟନାରାୟଣ ମହାପାତ୍ର କରୁଥିବା ବେଳେ କେସ୍ ର ଯାଞ୍ଚ ସୁନ୍ଦରଗଡର ତତ୍କାଳୀନ ଡ଼ିଏସପି ପ୍ରଭାତ କୁମାର ବିଶ୍ବାଳ କରୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡାରେ ୨୦୨୧ରେ ହୋଇଥିବା ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ରାଉରକେଲା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମନୋଜ କୁମାର ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀଙ୍କ ସାକ୍ଷ୍ୟ, ୮୯ ଦସ୍ତାବିଜ୍‌ ପ୍ରମାଣ ଆଧାରରେ ବିଚାରପତି ଶ୍ରୀ ମନୋଜ କୁମାର ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ କୁଆରମୁଣ୍ଡାର ଇମ୍ରାନ୍‌ ଖାନ୍‌ ଓରଫ ମହମ୍ମଦ ନୌସାଦ୍‌। କୁଆରମୁଣ୍ଡାର ଜଣେ ମହିଳାଙ୍କ ସହ ଅଭିଯୁକ୍ତ ଇମ୍ରାନ୍‌ଙ୍କର କଥାବାର୍ତ୍ତାରୁ ସମ୍ପର୍କ ହୋଇଥିଲା। ପରେ ଇମ୍ରାନ୍‌ ମହିଳାଙ୍କ ସହ ତାଙ୍କ ହ୍ବାଟ୍‌ସଆପ୍‌ ନମ୍ବରରେ ଚାଟିଂ କରିବା ଆରମ୍ଭ କରିଥିଲେ। ବନ୍ଧୁତା ନିବିଡ ହେବା ପରେ ଇମ୍ରାନ୍‌ ମହିଳାଙ୍କ ଝିଅ ବାହାଘର ପାଇଁ ପ୍ରସ୍ତାବ ମଧ୍ୟ ‌ଯୋଗାଡ଼ କରି ଦେଇଥିଲେ। ୨୦୨୧ ଜାନୁଆରି ୩୧ ତାରିଖ ସକାଳେ ଇମ୍ରାନ୍‌ ମହିଳାଙ୍କ ଝିଅ ପାଇଁ ମୋବାଇଲ କିଣିଦେବାକୁ ଅଟୋରେ ରାଉରକେଲା ବାହାରିଥିଲେ। ସାଥିରେ ମହିଳା ଓ ତାଙ୍କ ଝିଅ ଥିଲେ। ଅପରାହ୍ନ ପ୍ରାୟ ୧ଟାରେ ରାଉରକେଲା ଷ୍ଟେସନ ନିକଟରେ ଝିଅକୁ ବାହାରେ ବସାଇ ଦେଇଥିଲେ। ମହିଳାଙ୍କୁ ମୋବାଇଲ କିଣିବା ବାହାନା ଦେଖାଇ ନିକଟସ୍ଥ ହୋଟେଲକୁ ଡାକି ନେଇଥିଲେ। ସେଠାରେ ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ଦୁଷ୍କର୍ମ କରିଥିଲେ। ଘରେ ପହଞ୍ଚିବା ପରେ ମହିଳା ଜଣେ ପଡୋଶୀଙ୍କ ସହାୟତାରେ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଇମ୍ରାନ୍‌କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

Leave A Reply

Your email address will not be published.