କେନ୍ଦୁଝର : ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏବେ ‘ବଡ଼ ଘାଘରା’ ଜଳ ପ୍ରପାତ।। ଏବେ ଏଠାରେ ଚାଲିଛି ବହୁ ଉନ୍ନତି କରଣ କାମ।

0 406

କେନ୍ଦୁଝର : ୮/୧ (ସତ୍ୟାନ୍ୟୁଜ) ପ୍ରାୟ ୧୦୦ ଫୁଟ ଉପରୁ ପଥର ଖଣ୍ଡ ଦେଇ ଝର ଝର ହୋଇ ପଡୁଛି ପାଣି। ତଳେ ପଡିବା ପରେ ସେଠାରେ ଏକ ଛୋଟ ହ୍ରଦ ସୃଷ୍ଟି ହୋଇଛି। ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ଜଳପ୍ରପାତ ଏବେ ପର୍ଯ୍ୟଟକଙ୍କ ବେଶ ଦୃଷ୍ଟି ଆକର୍ଷଣ କରୁଛି। ପ୍ରତିଦିନ ଶହଶହ ପର୍ଯ୍ୟଟକ ଏହି ସ୍ଥାନକୁ ଆସନ୍ତି ପ୍ରକୃତିର ଏହି ମନୋରମ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ। ଏହି ମନୋରମ ପର୍ଯ୍ୟଟନ ସ୍ଥଳୀ ‘ବଡ ଘାଘରା’ ଜଳପ୍ରପାତ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୧୦ କିଲୋମିଟର ଦୂରରେ। ଜିଲ୍ଲାର ଅନ୍ୟତମ ଜଳ ପ୍ରପାତ ‘ସାନ ଘାଘରା’ ଠାରୁ ଏହାର ଦୂରତା ମାତ୍ର ୪ କିଲୋମିଟର।

କେବଳ ପର୍ଯ୍ୟଟକଙ୍କ ଏହା ଆକର୍ଷଣର କେନ୍ଦ୍ର ହୋଇ ରହିନାହିଁ। ଏଠାକୁ ଋତୁ ଅନୁସାରେ ବଣଭୋଜି କରିବାକୁ ଆସନ୍ତି ଲୋକମାନେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଶୀତ ଦିନେ ବସ , କାର ଧରି ଲୋକ ମାନେ ଛୁଟି ଆସି ଥାନ୍ତି ଏଠାକୁ ପିକନିକ୍ କରିବାକୁ। ସେତେବେଳେ ଏହି ଅଞ୍ଚଳ ଲୋକାରଣ୍ୟ ହୋଇ ପଡିଥାଏ। ଦର୍ଶକ ମାନେ ବଣଭୋଜିର ମଜା ନେବା ସହ ଜଳ ପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ପୂର୍ବରୁ ଏଠାକୁ ଭଲ ରାସ୍ତାନଥିଲା। ଏବେ ପର୍ଯ୍ୟଟନ ବିଭାଗ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ “ବଡ ଘାଘରା” ଜଳପ୍ରପାତ ଅଞ୍ଚଳର ଉନ୍ନତି କରଣ ପାଇଁ ଅନେକ କାମ ହାତକୁ ନିଆ ଯାଇଛି।

“ବଡ ଘାଘରା” ଜଳପ୍ରପାତ ଉପରି ଭାଗରେ ଏକ ଜଳାଶୟ ସହ ଡ୍ୟାମ୍ ମଧ୍ୟ ରହିଛି। ରାଜା ରାଜୁଡା ଅମଳରେ ଏଠାରୁ କେନ୍ଦୁଝର ଟାଉନକୁ ଜଳ ଯୋଗାଣ ହେଉଥିଲା। ସମୟ ସହିତ ଜଳ ଯୋଗଣର ଉନ୍ନତିକରଣ ମଧ୍ୟ ହେଉଛି।

Leave A Reply

Your email address will not be published.