ବଣାଇ : ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ରାସ୍ତା ଅବରୋଧ କଲେ।। ରାତି ସାରା ନିଆଁ ଜାଳି ରାସ୍ତାରେ ବସିଲେ।

0 425

ବଣାଇ : ୮/୧ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ଧରଣୀଧର ପାଲି ଏବଂ ତଳିତା ସେକ୍ସନର ୨୦ ରୁ ୩୦ଟି ଗ୍ରାମରେ ହାତୀ ଗତିବିଧି ଜାରି ରହିଛି। ଦୀର୍ଘ ଏକ ମାସ ହେବା ହାତୀ ଉପଦ୍ରବ ଜାରି ରହିଥିବାରୁ ଗ୍ରାମବାସୀ ମାନେ ଅତିଷ୍ଠ ହୋଇ ଗତକାଲି ରାତିରେ ଜକେଇକେଲା- ବଣାଇ ରୋଡ଼ ଅବରୋଧ କରିଥିଲେ। ରାସ୍ତାରେ ନିଆଁ ଜାଳି ଲୋକମାନେ ରାସ୍ତା ଉପରେ ବସି ରହିଥିଲେ। ହାତୀ ଗାଁକୁ ଆସି ଘର ଭାଙ୍ଗି ଧାନ ଖାଇବା ସହିତ ଘର ର ଆସବା ପାତ୍ର ନଷ୍ଟ କରୁଛନ୍ତି। ଫସଲ ନଷ୍ଟ କରିବା ସହ ପନି ପରିବା ଚାଷ ମଧ୍ୟ ନଷ୍ଟ କରି ଦେଉଛନ୍ତି। ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉ ଥିବା ଅଭିଯୋଗ କରି ଶେଷରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ ଭଳି ଚରମ ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.