ରାଉରକେଲା : ୬/୧ (ସତ୍ୟାନ୍ୟୁଜ)
ସ୍ଥାନୀୟ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆ ଠାରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ଆଞ୍ଚଳିକ କଳିଙ୍ଗ ହର୍ବଲ ମେଳା ବେଶ ଜମି ଆସୁଛି l
ଦୂତୀୟ ଦିନ ସନ୍ଧ୍ୟା ରେ ଅନୁଷ୍ଠିତ ଉତ୍ସବ ରେ ରାଉରକେଲା ଏନ ଆଇ ଟି ର ନିର୍ଦେଶକ ପ୍ର. ଉମା ମହେଶ୍ୱର ରାଓ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଡି.ଏଫ.ଓ
ପ୍ରଦୀପ ଦେବିଦାସ ମିରାସ
,କେନ୍ଦୁଝର ଡି.ଏଫ.ଓ. ଏଚ.ଡି ଧନରାଜ, ରାଉରକେଲା ଆର.ସି.ସି.ଏଫ ଡ଼. ଅରୁଣ କୁମାର ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ l ରାଉରକେଲା ଡି.ଏଫ.ଓ ଯଶବନ୍ତ ସେଠି ଏଥିରେ ଅଧ୍ୟକ୍ଷତା କରିଥିଲେ l ଏ.ସି.ଏଫ ସୌମ୍ୟ ରଞ୍ଜନ ଗୋଛାୟତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l
ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ସରକାରଙ୍କ ରାଜ୍ଯ ଔଷଧୀୟ ବୃକ୍ଷ ପରିଷଦର ମିଳିତ ସହଯୋଗରେ ଚାଲିଥିବା ମେଳା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ l
ଅତିଥି ମନେ ନିଜ ନିଜ ବକ୍ତବ୍ୟ ରେ ହର୍ବାଲ ମେଳାର ପ୍ରଶଂସା କରିବା ସହ ପାରମ୍ପାରିକ ଚିକିତ୍ସା ପଦ୍ଧତି ଆପଣାଇବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଜନସାଧାରଣ ଆୟୁର୍ବେଦ ଔଷଧ ଓ ଏହି ଚିକିତ୍ସାର ସୁଯୋଗ ନେବାକୁ କହିଥିଲେ l
ମେଳା ରେ ବିକ୍ରି ସାଙ୍ଗକୁ ହର୍ବାଲ ସାମଗ୍ରୀ ପ୍ରଦର୍ଶିତ ହେଉଛି । ଆଜି ପୂର୍ବାହ୍ନ ରେ ବୈଦ୍ଯମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ସଂଧ୍ଯାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l