ରାଉରକେଲା : ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ ତୃତୀୟ ଦିନରେ।। ସାଧାରଣ ପରିବହନ ବ୍ୟବସ୍ଥା ପ୍ରଭାବିତ।।’ମୋ ବସ’ ସେବା ବନ୍ଦ।
ରାଉରକେଲା : ୬/୧ (ସତ୍ୟାନ୍ୟୁଜ) କେନ୍ଦ୍ର ସରକାର ଲାଗୁ କରିଥିବା ନୂତନ
ହିଟ୍ ଆଣ୍ଡ ରନ୍ ଆଇନର ପ୍ରତ୍ୟାହାର ଦାବିରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ରାଉରକେଲା ସମେତ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ପଡିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ରାଉରକେଲା ବସ ଷ୍ଟାଣ୍ଡରେ ସମସ୍ତ ଦୂରଗାମୀ ବସ ଏବଂ ସ୍ଥାନୀୟ ବସ ଛିଡା ହୋଇ ରହିଛି। ମୋ ବସ ସେବା ମଧ୍ୟ ବନ୍ଦ ରହିଛି। ଚାଲୁଥିବା ମୋ ବସ ଗୁଡିକ ଆନ୍ଦୋଳନ ଯୋଗୁଁ ଡିପୋ କୁ ଫେରି ଯାଇଛି। ବସ ଚଳାଚଳ ବନ୍ଦ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯିବାକୁ ଅପେକ୍ଷା ରତ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ଡ୍ରାଇଭର ମହାସଙ୍ଘ ପକ୍ଷରୁ ରାଉରକେଲା ବାଲୁଘାଟ ନିକଟ ୧୪୩ ନମ୍ବର ଜାତୀୟ ରାଜପଥ କଡରେ ଧାରଣା ଦିଆ ଯାଇଛି। କେନ୍ଦ୍ର ସରକାର ନୂତନ ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ କୁହା ଯାଇଛି।