ମୟୁରଭଞ୍ଜ : କାରଞ୍ଜିଆର ବିଭିନ୍ନ ଗ୍ରାମରେ ହାତୀ ଆତଙ୍କରେ ଉଜାଗର ରହୁଛନ୍ତି ଗାଁ ଲୋକେ।। ଗାଁକୁ ପଶି ଆସୁଛନ୍ତି ୨୩ଟିକିଆ ହାତୀପଲ୍ଲ।

0 339

କାରଞ୍ଜିଆ : ୧୦/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଏବେ ଗାଁ ମୁହାଁ ହାତୀ ପଲ୍ଲ। ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟ ସନ୍ଧାନରେ ଗାଁ ଭିତରକୁ ପଶି ଆସୁଛନ୍ତି ହାତୀ। କିଛି ଦିନ ବିରତି ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ବିଭିନ୍ନ ଅଞ୍ଚଳରେ ପୁଣି ହାତୀପଲ୍ଲ ବ୍ୟାପକ କ୍ଷୟକ୍ଷତି ଆରମ୍ଭ କରିଦେଇଛନ୍ତି। ଏହି ୨୩ ଟିକିଆ ହାତୀ ଦଳ ଦିନରେ ପାଖ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଗାଁରେ ପଶି ଧାନ ଚାଉଳ ଖାଇବା ସହ ଘର ଭାଙ୍ଗି ଦେଉଛନ୍ତି। ଦୁଧିଆଣି ବନାଞ୍ଚଳରେ ଥିବା ବିଭିନ୍ନ ଗାଁରେ ପାଞ୍ଚଟି ଘର ଭାଙ୍ଗିବା ସହିତ ଫସଲ ନଷ୍ଟ କରିଛନ୍ତି। ହାତୀ ଭୟରେ ଲୋକ ମାନେ ରାତିରେ ଶୋଇ ପାରୁ ନାହାନ୍ତି। ରାତିସାରା ଉଜାଗର ରହି ହାତୀ ଘଉଡ଼ାଉଛନ୍ତି। ବନବିଭାଗ ପକ୍ଷରୁ ଗ୍ରାମବାସୀ ମାନଙ୍କୁ ଭୟଭିତ ନହେବା ପାଇଁ ପରାମର୍ଶ ଦିଅ ଯାଇଛି। ଏହା ସହ ହାତୀ ଯିବା ଆସିବ ବାଟରେ ଅଯଥା ଗହଳି ନକରିବାକୁ ବନ ଅଧିକାରୀ ମାନେ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.