ରାଉରକେଲା : ମହାପ୍ରଭୁଙ୍କବାହୁଡା ଯାତ୍ରା ଏବଂ ଇଦ୍-ଉଲ-ଆଝା ପାଇଁ ପ୍ରସ୍ତୁତି।। ଶାନ୍ତି ଶୃଙ୍ଖଳା ସହ ଉଭୟ ପର୍ବ ସମ୍ପନ୍ନ ପାଇଁ ପୋଲିସ ପ୍ରଶାସନର ବୈଠକ।
ରାଉରକେଲା : ୨୫/୬ ( ସତ୍ୟାନ୍ୟୁଜ) ଆସନ୍ତା ୨୮ ତାରିଖରେ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା। ତା ଦିନକ ପରେ ୨୯ ତାରିଖରେ ଇଦ୍-ଉଲ-ଆଝା। ଏଥିପାଇଁ ବିଭିନ୍ନ ରଥଯାତ୍ରା ଏବଂ ଇଦ୍ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଉଭୟ ବାହୁଡ଼ା ଏବଂ ଇଦ୍ କିପରି ଶାନ୍ତି ଶୃଙ୍ଖଳା ସମ୍ପନ୍ନ ହେବ ସେଥିଲାଗି ପ୍ରସୂତି ଚାଲିଛି। ଶନିବାର ଦିନ ପ୍ଲାଣ୍ଟସାଇଟ ଥାନାରେ ଏହି ପରିପ୍ରେକ୍ଷୀରେ ଏକ ବୈଠକ ହୋଇଥିଲା । ଡିଏସପି ଅନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ଲାଣ୍ଟସାଇଟ ଥାନା ଇନିସ୍ପେକ୍ଟର ସନ୍ତୋଷ କୁମାର ଜେନା ଏବଂ ଉଦିତନଗର ଥାନା ଇନିସ୍ପେକ୍ଟର ରବୀନ୍ଦ୍ର ନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବାହୁଡା ଯାତ୍ରା ଏବଂ ଇଦ୍ କିପରି ଶାନ୍ତି ଶୃଙ୍ଖଳା ସହ ସମାହିତ ହେବ ସେ ବାବଦରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ରାଉରକେଲା ଇଣ୍ଟିଗ୍ରେସନ ଫୋରମର ସଦସ୍ୟ , ବିଭିନ୍ନ ରଥଯାତ୍ରା ଏବଂ ଇଦ୍ ପାଳନ କମିଟିର ସଦସ୍ୟ ମାନେ ସାମିଲ ହୋଇଥିଲେ।