ରାଇରଙ୍ଗପୁର : ୧୧ ଦଫା ଦାବିରେ ଟାଟା ପାୱାର ନର୍ଦନ ଓଡିଶା କର୍ମଚାରୀ ସଙ୍ଘର ବିକ୍ଷୋଭ।। ଦାବି ପୂରଣ ଲାଗି ଶୋଭାଯାତ୍ରା।
ରାଇରଙ୍ଗପୁର : ୧୬/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଟିପିଏନଓଲ କର୍ମଚାରୀମାନଙ୍କର ବିଭିନ୍ନ ଦାବୀ ନେଇ କର୍ମଚାରୀ ସଂଘ ପକ୍ଷରୁ ରାଇରଙ୍ଗପୁର ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କର୍ମଚାରୀ ମାନେ ଏନଏସି ମ୍ୟାକେର୍ଟ ନିକଟ ଟିପିଏନଓଲ ଅଫିସ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଟିପିଏନଓଲ ଡିଭିଜନ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ୧୧ ଦଫା ଦାବୀ ମଧ୍ୟରେ ; ବିନା ପାରିଶ୍ରମିକ ରେ ଦୈନିକ ୮ ଘଣ୍ଟାରୁ ଅଧିକ କାମ କରିବା , କର୍ମଚାରୀ ମାନେ ଅସୁରକ୍ଷିତ ପରିସ୍ଥିତିରେ କାମ କରିବାକୁ ବିରୋଧ କରାଯାଇଥିଲା। ସହର ଓ ଗ୍ରାମାଞ୍ଚଳ ମଧ୍ୟରେ କର୍ମଚାରୀ ନିୟୋଜନରେ ପାତରଅନ୍ତର ଚଳିବନାହିଁ ବୋଲି ଦାବି କରିବା ସହ ଅଧିକ କାମକୁ ଅଧିକ ଦରମା ଦାବୀ କରିଥିଲେ। ସଠିକ ମାନର ସୁରକ୍ଷା ଉପକରଣ ଯୋଗାଣ , କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରି ସୁରକ୍ଷାରେ ତ୍ରୁଟି ସୃଷ୍ଟି କରିବା , ଶ୍ରମ ଆଇନ ର ଉଲଘଂନ କୁ ବିରୋଧ କରାଯାଇଥିଲା। ସୁରକ୍ଷା ବୀମା, ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଉପକରଣ ପ୍ରଦାନ ଆମର ଦାବୀ କରଯାଇଥିଲା। ଆଉଟସୋର୍ସ କର୍ମଚାରୀଙ୍କୁ ପ୍ରତିମାସ ୧୦ ତାରିଖ ଭିତରେ ଦରମା ପ୍ରଦାନ ଆମର ଦାବି | ସୁରକ୍ଷା ନିୟମକୁ ଅଣଦେଖା କରି ଶ୍ରମିକ କର୍ମଚାରୀଙ୍କ ଜୀବନ ସହ ଖେଳ ଚଳିବ ନାହିଁ | କ୍ଷେତ୍ର କର୍ମଚାରୀ ଙ୍କ କାର୍ଯ୍ୟକୁ ଅନ୍ୟ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟ ସହ ତୁଳନା କରି ଏକକ ବଦଳି ନୀତି ଆପଣେଇବା ଚଳିବ ନାହିଁ। ସମାନ କାମକୁ ସମାନ ଦରମା ପ୍ରଦାନ ଦାବୀ କରାଯାଇଥିଲା।
ଏହି ବିକ୍ଷୋଭରେ ବାମନଘାଟୀ ଓ ପାଞ୍ଚପୀଢ ଉପଖଣ୍ଡର ଟିପିଏନଓଲ ର ବହୁ କର୍ମଚାରୀ ଯୋଗ ଦେଇଥିଲେ | ସେମାନଙ୍କ ମଧ୍ୟରେ ଉପସଭାପତି ଆର୍ତ୍ତବନ୍ଧୁ ବିଶ୍ବାଳ,ସାରକେଲ ସଂପାଦକ ଅଶ୍ବନୀ କୁମାର ପଣ୍ଡା,କୋଷାଧକ୍ଷ ବିଜୟ କୃଷ୍ଣ ମାଇତି,ଡିଭିଜନ ସମ୍ପାଦକ ରାମଦୁଲାଲ ରାୟ,ସହ ଡିଭିଜନ ସଂପାଦକ ଦୀପକ ମହାନ୍ତ,ମିଳିତ ସଂପାଦକ ରାଜେନ୍ଦ୍ର ମହାନ୍ତି,ଉଦୟଭାନୁ ବେହେରା,ବୀରସିଂ ମାରାଣ୍ଡି,ଗୋପୀନାଥ ଗିରି,ଇନ୍ଦ୍ରଜିତ ସାହୁ,ସୁରଜିତ ବେହେରା,ଜଗନ୍ନାଥ ମହାକୁଡ,ଜ୍ୟାୋତି ପଣ୍ଡା,ସଂଜୟ ସାହୁ,ଭଗବାନ ରାଉଳ,ଦେବାଶିଷ ସାହୁ,ଶୁଶାନ୍ତ ବଗାଳ,ଚନ୍ଦନ ରାଉତ,ଅମିୟ ସ୍ବାଇଁ,ଶିବ ମୁଣ୍ଡା,ବୁଲୁ ବଗାଳ ଓ ଅନ୍ୟାନ୍ୟ ଶ୍ରମିକ ବୃନ୍ଦ ପ୍ରମୁଖ ଥିଲେ ।