ବିରମିତ୍ରପୁର ୮ ନମ୍ବର ୱାର୍ଡ ରେ ଉନ୍ନୟନ ମୂଳକ କାମ ହେଉନଥିବା ଅଭିଯୋଗ।। ପ୍ରତିବାଦରେ ୱାର୍ଡ ବାସିନ୍ଦାଙ୍କ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ସହରାଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅର୍ଥ ଦେଉଛନ୍ତି । ମାତ୍ର ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ପୌରପାଳିକା ୮ ନମ୍ବର ୱାର୍ଡ ର ବାସିନ୍ଦା ମାନେ ଉନ୍ନୟନ ମୂଳକ କାର୍ଯ୍ୟରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।
ପ୍ରତିବାଦରେ ୮ ନମ୍ବର ୱାର୍ଡ ର ବାସିନ୍ଦା ମାନେ ସୋମବାର ଦିନ ବିରମିତ୍ରପୁର ପୌରପାଳିକା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ୱାର୍ଡ ଟି ଓଡିଶା ଝାରଖଣ୍ଡ ସୀମାନ୍ତରେ ଥିବାବେଳେ ୱାର୍ଡ ବାସିନ୍ଦା ମାନେ ବିଜୁଳି ସେବା ଠିକ ଭାବେ ପାଉନଥିବା ଅଭିଯୋଗ ହେଉଛି । ଏହାଛଡା ଉକ୍ତ ୱାର୍ଡ ର ରାସ୍ତାଘାଟ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଥିବା କୁହାଯାଉଛି। ବିରମିତ୍ରପୁର ସହରର ୧୧ ଟି ୱାର୍ଡ ମଧ୍ୟରୁ ୧୦ ଟି ୱାର୍ଡ ରେ ଉନ୍ନତି ମୂଳକ କାମ ହେଉଥିବା ବେଳେ ୮ ନମ୍ବର ୱାର୍ଡ ପ୍ରତି ଅବହେଳା କରାଯାଉଛି ବୋଲି କୁହାଯାଉଛି। ବିରମିତ୍ରପୁର ପୌରପାଳିକା ର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣା ପଡିଛି।

