ତଲସରା ର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଛାଡ଼ିବେ କଂଗ୍ରେସ ଦଳ।। ବିଜେଡି ରେ ଯୋଗଦେବା ନେଇ ସୂଚନା।

0 326

କଂଗ୍ରେସ ର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ଜିଲ୍ଲା ତଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡକ୍ତର ପ୍ରଫୁଲ୍ଲ ମାଝୀ ଖୁବ ଶୀଘ୍ର କଂଗ୍ରେସ ଦଳ ଛାଡିବେ । ଏହି ସୂଚନା ଦେଇଛନ୍ତି ଖୋଦ ଶ୍ରୀ ମାଝୀ

। ବହୁଦିନ ଧରି ସେ କଂଗ୍ରେସ ସଂଗଠନ ରେ ନିଷ୍କ୍ରିୟ ଥିଲେ ଏବଂ ତାଙ୍କର ବିଜେଡି ରେ ମିଶିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଡକ୍ତର ମାଝୀ ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତଲସରା ଲୋକପ୍ରିୟ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗଜାଧର ମାଝୀ ଙ୍କ ସେ ଝିଆରୀ ଜ୍ୱାଇଁ। ୨୦୦୬ ମସିହାରେ ଗଜାଧର ମାଝି ଙ୍କ ନିଧନ ପରେ ଉତ୍ତରାଧିକାରୀ ଭାବେ ଡକ୍ତର ମାଝୀ ଉପ ନିର୍ବାଚନ ରେ କଂଗ୍ରେସ ଟିକେଟ ରେ ଲଢ଼ି ପ୍ରଥମ ଥର ଲାଗି ବିଧାନସଭା କୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଙ୍କ ଠାରୁ ପରାଜିତ ହୋଇଥିଲେ । ଏହାପରେ ଡକ୍ଟର ମାଝୀ କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇଥିଲା । କଂଗ୍ରେସ ର ଟାଣୁଆ ନେତା ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡି ରେ ଯୋଗଦେବା ପରେ ଏବେ ପ୍ରଫୁଲ୍ଲ ମାଝୀ ଙ୍କ କଂଗ୍ରେସ ଦଳ ଛାଡିବା ନିଶ୍ଚିତ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ଲାଗି ଏକ ବଡ଼ ଧକ୍କା। ଖୁବ ଶୀଘ୍ର ଡକ୍ତର ପ୍ରଫୁଲ୍ଲ ମାଝି କଂଗ୍ରେସ ଦଳ ଛାଡି ବିଜେଡି ରେ ମିଶିବା ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.