ରାଉରକେଲା ଟ୍ରାଫିକ ମାର୍କେଟ ମା ତାରିଣୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୃବୃତ୍ତ।। ପୋଲିସ ତଦନ୍ତ ଜାରି।

0 367

କିଛିଦିନ ବ୍ୟବଧାନ ପରେ ରାଉରକେଲା ରେ ପୁଣି ଏବେ ମନ୍ଦିର ରେ ଚୋରି କରୁଥିବା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛି। ସୋମବାର ରାତିରେ ଟ୍ରାଫିକ ମାର୍କେଟ ନିକଟରେ ଥିବା ମା ତାରିଣୀ ମନ୍ଦିର ର ଦାନ ହୁଣ୍ଡିକୁ ଦୃବୁତ୍ତ ମାନେ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି

। ଲୁଟ ହୋଇଥିବା ଅର୍ଥର ପରିମାଣ ସଠିକ ଭାବେ ଜଣା ପଡିନାହିଁ। କୋଭିଡ ମହାମାରୀ ଯୋଗୁ ବହୁଦିନ ହେଲା ମନ୍ଦିର ଦାନ ହୁଣ୍ଡି ଖୋଲା ଯାଇ ନଥିଲା। ଫଳରେ ଦାନ ବାକ୍ସ ରେ ଅଧିକ ଟଙ୍କା ରହିଯାଇଥିଲା । ଖବରପାଇ ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦାନ ହୁଣ୍ଡି ରୁ ସମସ୍ତ ଟଙ୍କା ଚୋରି ହୋଇଥିବା ବେଳେ ଚୋର ମନେ ମା ତାରିଣୀଙ୍କ ମୁକୁଟ ଏବଂ ଗହଣା ରେ ହାତ ମାରି ନାହାନ୍ତି । ସନ୍ଦେହ କରାଯାଉଛିଯେ ଦାନ ହୁଣ୍ଡିରେ ଅଧିକ ଟଙ୍କା ରହିଥିବା ଜାଣିବା ଶୁଣିବା ଲୋକ ଚୋରି କରିଥାଇପରେ । ସମସ୍ତ ଦିଗରୁ ପୋଲିସ ତଦନ୍ତ କରୁଛି।

Leave A Reply

Your email address will not be published.