ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଏବଂ କୁଳିପୋଷ ଫରେଷ୍ଟ ରେଞ୍ଜରେ ଦୁଇଟି ହାତୀପଲ୍ଲ।। ବ୍ୟାପକ ଫସଲ ହାନି।। କ୍ଷତିପୂରଣ ଦାବି କଲେ ଚାଷୀ।

0 334

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଏବଂ କୁଳିପୋଷ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୧୮ ଟିକିଆ ହାତୀ ଦଳ ତିନିଦିନ ହେଲା ଉପଦ୍ରବ ଚଳାଇଛନ୍ତି । ଏହି ହାତୀପଲ୍ଲ ପାଚିଲା ଧାନ , କଦଳୀ ଚାଷ, ପନିପରିବା ଚାଷ ଆଦି ନଷ୍ଟ କରିଦେଉଥିବା ଅଭିଯୋଗ ହେଉଛି ।

ଦଳଦଳ ହୋଇ ଏହି ହାତୀପଲ୍ଲ ବଣାଇ ଫରେଷ୍ଟ ରେଞ୍ଜ ର ଟେଣ୍ଡରା, ଖଜୁରୀବାହାଲ, ତିଳେଇସରା ଅଞ୍ଚଳ ରେ ଧାନ ନଷ୍ଟ କରୁ ଥିବା ବେଳେ ବିଡା ବନ୍ଧା ହୋଇ ରଖା ଯାଇଥିବା ଧାନଗଦା ସବୁ ଖାଇ ଦେଉଛନ୍ତି। ସେହିପରି କୁଳିପୋଷ ରେଞ୍ଜ ର ମହୁଲ ଡିହା ସେକ୍ସନ ଅଞ୍ଚଳରେ ଏକ ୨୪ ଟିକିଆ ହାତୀପଲ୍ଲ ପଶି ଧାନ ଫସଲ ସହିତ କଦଳୀ ଚାଷ ମଧ୍ୟ ନଷ୍ଟ କରୁଛନ୍ତି। ହାତୀପଲ୍ଲ ଙ୍କ ଉପଦ୍ରବରେ ଗ୍ରାମବାସୀ ଏବେ ଅତିଷ୍ଠ ହୋଇପଡିଲେଣି । ବନ ବିଭାଗ ପକ୍ଷରୁ ହାତୀପଲ୍ଲ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ କ୍ଷତିଗ୍ରସ୍ତ ଙ୍କୁ ଅନୁକମ୍ପାମୂଳକ ସାହାଯ୍ୟ ଦିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.